ବିଦେଶୀ ମଦ ଜବତ, ଜଣେ କୋର୍ଟ ଚାଲାଣ – Ibnodisha

[ad_1]
ଖୋର୍ଦ୍ଧା: ବେଗୁନିଆ-ବେଗୁନିଆ ଥାନା ଅଞ୍ଚଳରେ ଚୋରା ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଗୁନିଆରେ ଅବକାରୀ ଥାନା ଥିବାବେଳେ ଏହାର ଅଧିକାରୀ ଓ କର୍ମଚାରୀମାନେ ଖୋର୍ଦ୍ଧାରେ କାର୍ଯ୍ୟ କରୁଛନ୍ତି। ଅଭିଯୋଗ କରିବା ପାଇଁ ଲୋକେ ଆସିଲେ ଅବକାରୀ ଥାନା କେଉଁଠି ଜାଣି ନ ପାରି ଫେରିବାକୁ ବାଧ୍ୟ ହେଉଛନ୍ତି। ବେଗୁନିଆ ଅବକାରୀ ଥାନା କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ହେଉଛି। ବେଗୁନିଆ ପୁଲିସ ଖବର ପାଇ ଚଢଉ କରୁଥିବା ବେଳେ ଅବକାରୀ ଅଧିକାରୀ ସବୁ ଜାଣି ନ ଜାଣିବା ଭଳି ଅଭିନୟ କରୁଛନ୍ତି।
ସାନପଦର ପଞ୍ଚାୟତ ରାସୋଳ ଗ୍ରାମରେ ଦୀର୍ଘଦିନ ହେଲା ମଦବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା। ଫଳରେ ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢାଉ କରି ରାସୋଳ ଗ୍ରାମରୁ ସାଢ଼େ ୭ଲିଟର ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି। ଚୋରା ମଦ ବ୍ୟବସାୟରେ ସଂପୃକ୍ତି ଥିବା ଶ୍ରୀଧର ବାରିକଙ୍କ ପୁଅ ଅଜୟ ସୁବୁଦ୍ଧିକୁ ଗିରଫ କରି ଥାନା କେସ ନମ୍ବର ୨୬୩/୨୩ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି ପୁଲିସ।
[ad_2]




