ରାଜ୍ୟ

ଜାତୀୟ କ୍ରୀଡ଼ା ଦିବସ: ପ୍ରଶାସନ ପାଳିଲାନି, ବେସରକାରୀ ବିଦ୍ୟାଳୟ ପକ୍ଷରୁ ପାଳନ ହେଲା – Ibnodisha

[ad_1]

ଜୟପୁର: ଉପଖଣ୍ଡ ପ୍ରଶାସନ କିମ୍ବା ଉପଖଣ୍ଡ କ୍ରୀଡ଼ା ସଂଘ ପକ୍ଷରୁ ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇ ନଥିଲେ ହେଁ ସହରର ଦୁଇଟି ବେସରକାରୀ ବିଦ୍ୟାଳୟ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା। ସ୍ଥାନୀୟ ଅରବିନ୍ଦ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶା କ୍ରୀଡା ସଂସଦର ଯୁଗ୍ମ ସମ୍ପାଦକ ଓଉପଖଣ୍ଡ କ୍ରୀଡ଼ା ସଂଘର ସଂପାଦକ ରବି ନାୟକ ଯୋଗଦେଇ ସମଗ୍ର ବିଶ୍ୱକୁ କ୍ରୀଡ଼ାବିତମାନଙ୍କ ଅବଦାନ ତଥା କ୍ରୀଡା ଯୋଗୁଁ ହିଁ ସମଗ୍ର ବିଶ୍ୱ ଏକ ପରିବାର ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ବିଦ୍ୟାର୍ଥୀ କେବଳ ଶିକ୍ଷାକୁ ନୁହଁ ବରଂ ଶିକ୍ଷା ସହ କ୍ରୀଡ଼ାକୁ ଆପଣାଇବା ଉଚିତ୍ ବୋଲି ମଧ୍ୟ ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ଶାରୀରିକ ପ୍ରମୁଖ ଶୁକଦେବ ସାହୁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ତଥା ବିଶେଷ କରି ଧ୍ୟାନଚାନ୍ଦଙ୍କ କ୍ରୀଡ଼ା ଜଗତ ପ୍ରତି ଅବଦାନ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ସହ ଶାରୀରିକ ପ୍ରମୁଖ ସନ୍ତୋଷିନୀ ପାତ୍ର ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ।  ଅନିଲ ଶତପଥୀ, ଭାଗବତ ଷଡ଼ଙ୍ଗୀ, ଶ୍ୟାମା ପାଙ୍ଗୀ, ହୃଷୀକେଶ ପାଣିଗ୍ରାହୀ, ତ୍ରିପତି ସାହୁ, ବବିତା ପାତ୍ର, ବବିତା ମ‌ହାରଣା, ସୁନନ୍ଦା ଷଡ଼ଙ୍ଗୀ, ମମତା ହୋତା, ଅନୁପମା ମହାପାତ୍ର, ପି.ସୁଶୀଳା, ପଦ୍ମିନୀ ମହାପାତ୍ର, ସ୍ୱୀକୃତି ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସ୍ଥାନୀୟ ଇରିଗେସନ୍ କଲୋନିସ୍ଥତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଏହି ଦିବସ ପାଳନ କରାଯାଇଥିଲା। ପ୍ରଥମେ ଧ୍ୟାନ ଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିସ୍ମିତା ମହାନ୍ତି ଏବଂ କ୍ରୀଡ଼ା ଶିକ୍ଷକ କେଦାର ସାହୁ କ୍ରୀଡାର ମହତ୍ତ୍ଵ ଏବଂ ଉପକାରିତା ଉପରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ। ଏହା ପରେ ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଚନ୍ଦ୍ରଶେଖର ମହାପାତ୍ର, ଉପସଭାପତି ହରିହର ସାହୁ, କ୍ରୀଡ଼ା ଶିକ୍ଷକ କେଦାର ସାହୁ, ପ୍ରମୋଦ ସେନ, ଗାୟତ୍ରୀ ଷଡଙ୍ଗୀ, ସଂଗୀତା ପାତ୍ର, ନମିତା ପାଢ଼ୀ, ଅରୁଣା ସିଂ, ଦୀପିକା ଗୌଡ଼, ଦୀପ୍ତିମୟି ସାହୁ, ବିଜୟଲକ୍ଷ୍ମୀ ପାଇକ, ସୁମିତ୍ରା ନାୟକ, ହରପ୍ରିୟା ମହାକୁଡ଼, ପି. ପ୍ରୀତି ଏବଂ ମନିଷା ପଟ୍ଟନାୟକ ପ୍ରମୁଖ ଭାଗ ନେଇ ପରିଚାଳନା କରିଥିଲେ।

 

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button