ବସ୍ଷ୍ଟାଣ୍ଡର ଦୋକାନ ସମ୍ମୁଖରେ ବସ୍ ପାର୍କିଂକୁ ନେଇ ବିରୋଧ – Ibnodisha

[ad_1]
ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁରର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର। ଏହି ସହରରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବହୁ ବସ୍ ଯିବା ଆସିବା କରିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ରାଇରଙ୍ଗପୁର ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ସୁବିଧାମାନ କରିଛନ୍ତି । ପାନୀୟ ଜଳ, ଯାତ୍ରୀ ପ୍ରତୀକ୍ଷାଳୟ,ବସିବା ନିମନ୍ତେ ସେଡ୍ ପ୍ରଭୃତି। ତେବେ ଯାତ୍ରୀଙ୍କ ସୁବିଧା ନିମନ୍ତେ ସେଠାରେ ସମସ୍ତ ପ୍ରକାର ଦୋକାନ ମଧ୍ୟ କରାଯାଇଛି। କିନ୍ତୁ ବସଷ୍ଟାଣ୍ଡର ପଶ୍ଚିମ ପାର୍ଶ୍ବରେ ଥିବା ଦୋକାନ ସମ୍ମୁଖରେ ୪/୫ଟି ବସ ଦିନସାରା ପାର୍କିଂ କରାଯାଉଥିବାରୁ ଦୋକାନ ଗୁଡିକ ଦେଖାଯାଉନାହିଁ। ଯାହାଫଳରେ ବ୍ୟବସାୟରେ ଦୋକାନ ମାଲିକମାନେ କ୍ଷତି ସହୁଛନ୍ତି।
ଦୋକାନୀମାନେ ପ୍ରତ୍ୟେକ ମାସ ମୁନସିପାଲଟିକୁ ଦୋକାନ ପାଇଁ ଭଡ଼ା ମଧ୍ୟ ଦେଉଛନ୍ତି । ତେବେ ଏନେଇ ସେମାନେ ବସ୍ ମାଲିକଠାରୁ ଆରମ୍ଭ କରି ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣପାତ କରୁନାହାଁନ୍ତି । ଅଭିଯୋଗ କରିଥିବା ଦୋକାନୀମାନେ ହେଲେ ଶିବନନ୍ଦନ ବାରିକ, ବିଜୟ କୁମାର ରାମ୍, ଆନନ୍ଦ କୁମାର ଦତ୍ତ, ତନ୍ମୟ କୁମାର ପଟ୍ଟନାୟକ, ମାନସ କୁମାର ମହାନ୍ତ, ମଧୁସୁଦନ ବାରିକଙ୍କ ସମେତ ଅନ୍ୟମାନେ।
[ad_2]




