ରାଜ୍ୟ
ବିନା ଚାର୍ଜିଂରେ ୫୦ ବର୍ଷ ଚାଲିବ ଫୋନ୍ – Ibnodisha

[ad_1]
ଭୁବନେଶ୍ୱର: ବିନା ଚାର୍ଜିଂରେ ୫୦ ବର୍ଷ ଚାଲିବ ଫୋନ୍ । ବଜାରକୁ ଆସିବାକୁ ଯାଉଛି ଏମିତି ଏକ ବ୍ୟାଟେରୀ । ନୂଆ ଟେକ୍ନୋଲୋଜି ଦ୍ବାରା ବିକଶିତ ଏହି ବ୍ୟାଟେରୀ ୫୦ ବର୍ଷ ଯାଏ ବିନା ଚାର୍ଜରେ ବ୍ୟବହୃତ ହୋଇପାରିବ । ଚାଇନାରେ ଏକ ଷ୍ଟାର୍ଟ ଅପ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି । ଏଥିରେ ବିଦ୍ୟୁତ୍ ଉତ୍ପାଦନର କ୍ଷମତା ରହିଥିବା ଦାବି କରିଛି । ବେଜିଂର ବେଟାଭୋଲ୍ଟ ଦ୍ବାରା ବିକଶିତ ପରମାଣୁ ବ୍ୟାଟେରୀ । ଏହି ବ୍ୟାଟେରୀ ମୁଦ୍ରାଠାରୁ ଛୋଟ ।
ଏହାକୁ ଫୋନ ଏବଂ ଡ୍ରୋନ ପରି ବ୍ୟବସାୟୀକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ଏହି ନୂତନ ବ୍ୟାଟେରୀକୁ ନେଇ କମ୍ପାନୀ ଆହୁରି ଅନେକ ତଥ୍ୟ ଉପସ୍ଥାପନ କରିଛି । ଏହି ନୂତନ ବ୍ୟାଟେରୀ ଏକ ପତଳା ସ୍ତର ସଦୃଶ । ୩ ଭୋଲ୍ଟରେ ୧୦୦ ମାଇକ୍ରୋୱାଟ ଶକ୍ତି ଉତ୍ପାଦନ କରିବା କ୍ଷମତା ରଖିଛି । ୨୦୨୫ ସୁଦ୍ଧା ଏହାକୁ ୧ ୱାଟର ବିଦ୍ୟୁତ୍ ଉତ୍ପାଦନ କରାଇବାରେ ଲକ୍ଷ୍ୟ ରଖାଯାଇଛି ।
[ad_2]




