ରାଜ୍ୟ

ଜମ୍ମୁକଶ୍ମୀରର ନୂଆ ଡିଜି ହେବେ ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ – Ibnodisha

[ad_1]

ଶ୍ରୀନଗର: ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ ଜମ୍ମୁକଶ୍ମୀରର ନୂତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ହେବେ। ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରିଥିବା ଏକ ଆଦେଶରେ କୁହାଯାଇଛି, ଯେ ପୂର୍ବରୁ ସିଆଇଡି ମହାନିର୍ଦ୍ଦେଶକ ଥିବା ରଶ୍ମିରଂଜନ ସ୍ୱାଇଁ ନଭେମ୍ବର ୧, ୨୦୨୩ଠାରୁ ଜମ୍ମୁକଶ୍ମୀର ପୁଲିସର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ।

ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଜମ୍ମୁକଶ୍ମୀର ପୁଲିସର ମହାନିର୍ଦ୍ଦେଶକ ଥିବା ଦିଲବାଗ ସିଂ ଆସନ୍ତା ଅକ୍ଟୋବର ୩୧ରେ ଅବସର ନେବାକୁ ଥିବାବେଳେ ତାଙ୍କ ସ୍ଥାନରେ ରଶ୍ମିରଂଜନ ଦାୟିତ୍ୱ ନେବେ । ରାଉରକେଲାର ମୂଳ ବାସିନ୍ଦା ରଶ୍ମିରଂଜନ ନ୍ୟାସନାଲ ପୁଲିସ୍ ଏକାଡେମୀ (ହାଇଦ୍ରାବାଦ) ରେ ତାଲିମ ସମାପ୍ତ କରିବା ପରେ ତାଙ୍କୁ ସର୍ବୋତ୍ତମ କ୍ୟାଡେଟ୍ ପୁଲିସ୍ ଅଧିକାରୀ ସମ୍ମାନ ମିଳିଥିଲା ।

ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଏସଏସପି ଶ୍ରୀନଗର ଏବଂ ୨୦୦୩ ରୁ ୨୦୦୪ ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବରେ କାର୍ଯ୍ୟ କରିଥିଲେ । ସେ ଲେହ, ପୁଞ୍ଚ ଏବଂ ରାମବନରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଥିଲେ । ଜୁନ୍ ୨୦୨୦ରେ ତାଙ୍କୁ ସିଆଇଇଡି ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ସିଆଇଡି ଭାବରେ ପଦୋନ୍ନତି ଦିଆଯାଇଥିଲା । ବିଶେଷ କରି ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ହେଉ କିମ୍ବା ଆତଙ୍କବାଦୀଙ୍କ ବାବଦରେ କଡା କାର୍ଯ୍ୟାନୁଷ୍ଠାନ ନେବାରେ ରଶ୍ମିରଞ୍ଜନଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button