ରାଜ୍ୟ

ଓଡ଼ିଶା ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ କଲେ ଦେବଗଡ଼ର ୱାସିମ ଓ ଓମପ୍ରକାଶ

ଦେବଗଡ଼: ଶନିବାର ଓଡିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷା- ୨୦୨୨-୨୩ ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ବର୍ଗର ମୋଟ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରକାଶିତ ପରୀକ୍ଷାଫଳ ତାଲିକାରେ ୧୫୯ ରାଙ୍କରେ ରହିଛନ୍ତି ଦେବଗଡ ର ୱାସିମ ଅହମ୍ମଦ। ଦେବଗଡ ସହର ପାଞ୍ଚ ନମ୍ବର ୱାର୍ଡ ଭିତିରିଆ ସାହିର ବାସିନ୍ଦା ୱାସିମ ନିଜର ପ୍ରଥମ ଥର ପରୀକ୍ଷାରେ ଓଡିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ହୋଇଛନ୍ତି।

ଏହି ପରୀକ୍ଷାରେ ୩୯୯ ରାଙ୍କରେ ରହିଛନ୍ତି ଦେବଗଡ ସହର ୧୧ ନମ୍ବର ୱାର୍ଡ ମହୁଲଢିପା ସାହିର ଓମପ୍ରକାଶ ବେହେରା।

ନିଜର ପ୍ରାଥମିକ ଶିକ୍ଷା ଡିଭାଇନ ପବ୍ଲିକ ସ୍କୁଲରୁ ସାରି ସେ ଚିନ୍ମୟ ବିଦ୍ୟାଳୟରେ ହାଇସ୍କୁଲ ପାଠ ପଢିଥିଲେ। ପରେ ରାଉରକେଲାର ଜୁନିୟର କଲେଜରେ ଯୁକ୍ତ ଦୁଇ ପାଠ ପଢିବା ପରେ ଦେବଗଡ ମହାବିଦ୍ୟାଳୟରେ ବିଜ୍ଞାନରେ ଯୁକ୍ତ ତିନି ପାଠ ପଢିଥିଲେ। ଯୁକ୍ତ ତିନି ପରେ ସେ ବାପାଙ୍କୁ ବ୍ୟବସାୟରେ ସାହାଯ୍ଯ କରିବା ସହ ଅନଲାଇନରେ ପ୍ରଶାସନିକ ସେବା ପାଇଁ ପାଠ ପଢୁଥିଲେ। ସେ ପାଠପଢା ପାଇଁ ୟୁଟୁବ ଓ ଟେଲିଗ୍ରାମ ର ସାହାଯ୍ଯ ନେଉଥିଲେ। ତାଙ୍କ କୃତକାର୍ଯ୍ୟ ପାଇଁ ସମସ୍ତ ଶ୍ରେୟ ନିଜ ପିତାମାତା , ମାମୁଁ, ପରିବାର ବର୍ଗ , ସାଙ୍ଗ ମାନଙ୍କୁ ଦେଇଛନ୍ତି। ଏବେ ସେ ସମାଜର ଶେଷ ସ୍ଥାନରେ ରହିଥିବା ଜନସାଧାରଣ ଙ୍କୁ ସାହାଯ୍ଯ ପାଇଁ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି।

ସେହିପରି ଏହି ପରୀକ୍ଷା ତାଲିକାର ୩୯୯ ରାଙ୍କରେ ରହିଛନ୍ତି ଦେବଗଡ ସହର ୧୧ ନମ୍ବର ୱାର୍ଡ ମହୁଲଢିପା ସାହିର ଓମପ୍ରକାଶ ବେହେରା। ସେହି ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ଧ୍ରୁବଚରଣ ବେହେରାଙ୍କ ସାନ ପୁଅ ଓମପ୍ରକାଶ ଏନଆଇଟି ରାଉରକେଲାର ସିଭିଲ ଇଞ୍ଜିନିୟରିଙ୍ଗ ବିଭାଗର ଛାତ୍ର ଥିଲେ। ଦିନକୁ ଆଠ ରୁ ଦଶ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରିଥିବା ଓମପ୍ରକାଶ ସମାଜର କଲ୍ୟାଣ ପାଇଁ ସରକାରଙ୍କ ଯୋଜନା ମୁତାବକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ପ୍ରକାଶ କରିଛନ୍ତି। ସାମାଜିକ କଲ୍ୟାଣ, ମହିଳା ସଶକ୍ତିକରଣ ଓ ଶିକ୍ଷାର ବିକାଶ ପାଇଁ ସେ ବିଶେଷ ଦୃଷ୍ଟି ଦେବାକୁ ପ୍ରକାଶ କରିଛନ୍ତି। ନିଜର ସଫଳତାର ଶ୍ରେୟ ସେ ଭଗବାନ ଙ୍କ ସହ ନିଜ ପରିବାର କୁ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button