ରାଜ୍ୟ

ଆସନ୍ତାକାଲି ବିଶ୍ଵ ଆଦିବାସୀ ଦିବସ,ଭିନ୍ନ ଏକ ଜୀବନଶୈଳୀରେ ଜୀବନ ବିତାଉଥିବା ଆଦିବାସୀ ହେଉଛନ୍ତି ଲାଞ୍ଜିଆ ସଉରା

ରାୟଗଡା: ଆମ ରାଜ୍ୟର ଆଦିବାସୀ ପ୍ରବଣ ରାୟଗଡା ଓ ଗଜପତି ଜିଲ୍ଲାରେ କେଉଁ ପୁରାତନ କାଳରୁ ଆଦିମ ଜନଜାତି ଲାଞ୍ଜିଆ,ଶଉରା ବସବାସ କରନ୍ତି । ଏହି ଜାତି କେତେ ପୁରାତନ ତାହାର ହିସାବ କାହା ପାଖରେ ନାହିଁ । ସଉରାମାନେ ଆମ ରାଜ୍ୟର ପୂର୍ବଘାଟ ପର୍ବତମାଳାରେ ବସବାସ କରିଆସୁଛନ୍ତି । ଏମାନେ ପାହାଡର ପାଦଦେଶରେ ହେଉ କିମ୍ବା ପାହାଡ ଉପରେ ରହିବାକୁ ପସନ୍ଦ କରନ୍ତି – ରାୟଗଡା ଜିଲ୍ଲାର ଗୁଣୁପୁର ସହର ଠାରୁ ପୁଟାସିଂ ଯିବା ରାସ୍ତାରେ ପଥର କାନ୍ଥର ପାଚେରୀ ଥିବା ଘର ଦେଖାଯିବ ।

ଭିନ୍ନ ଏକ ଜୀବନଶୈଳୀରେ ଜୀବନ ବିତାଉଥିବା ଲାଞ୍ଜିଆ ସଉରାମାନଙ୍କ ଇଲାକାକୁ ଯେକେହି ବି ବାରୀନେବେ । ଚାରିଆଡେ ପହାଡ ଆଉ ପାହାଡ ।

ପ୍ରକୃତିର କୋଳରେ କେଉଁ ପୁରାତନ କାଳରୁ ବସବାସ କରିଆସୁଛନ୍ତି ଆଦୀମ ଜନଜାତି ଲାଞ୍ଜିଆ ଶଉରା । ଆମ ରାଜ୍ୟର ୧୩ ଗୋଟି ପୁରାତନ ଜନଜାତି ଭିତରୁ ଅନ୍ୟତମ ଏହି ଜନଜାତି । ଏମାନଙ୍କର ବେଶଭୂଷା ଦେହର ପରିପାଟିରେ ରହିଥିବା ସ୍ବତନ୍ତ୍ରତା ଏମାନଙ୍କ ପରିଚୟ ଦେଇଥାଏ । ଆଦିମ ଜନଜାତିର ସର୍ବପ୍ରଥମ ଅଭିବ୍ୟକ୍ତି ହେଉଛି ଚିତ୍ରକଳା । ଆଦିବାସୀ ଚିତ୍ରକଳା ଆଦିବାସୀ ସଂସ୍କୃତିର ଅନ୍ୟତମ ମହନୀୟ ବିଭବ । ଆଦିମ ଜନଜାତି ଲାଞ୍ଜିଆ ଶଉରାଙ୍କ ଚିତ୍ରକଳା ଇଡିତାଲ ସବୁଠାରୁ ଅର୍ଥପୂର୍ଣ । ଏହା ଅନ୍ୟ ଚିତ୍ରକଳାଠାରୁ ଅଧିକ ପ୍ରାଞ୍ଜଳ। ସଉରା ଭାଷାରେ ଇଡିର ଅର୍ଥହେଉଛି ଚିତ୍ର ଆଉ ତାଲର ଅର୍ଥକାନ୍ଥ । କାନ୍ଥ ଉପରେ ଏହିଚିତ୍ର ଅହ୍ଵାନ କରାଯାଇଥିବା ଯୋଗୁଁ ଏହାକୁ ଇଡିତାଲ ବୋଲିକୁହାଯାଏ । ସଉରାମାନଙ୍କ ଘରେ ଆଜି ମଧ୍ୟ ଇଡିତାଲ ଇଷ୍ଟଦେବ ରୂପେ ପୂଜାପାଆନ୍ତି । ଏହିଚିତ୍ରକଳା ହେଉଛି ସେମାନଙ୍କର ଭାବ ବୋଧକଲିପି ।

ଏହି ଚିତ୍ରକଳା ସେମାନଙ୍କର ପୂର୍ବପୁରୁଷଙ୍କୁ ସମ୍ମାନଦେବା ସହିତ ସାମାଜିକ ଜୀବନରେ ସେମାନଙ୍କର ବଞ୍ଚିବା ନେଇ ଆଶଙ୍କା ମଧ୍ଯ ଦୂରିଭୂତହୁଏ । ଏହି ଚିତ୍ରକଳା ସେମାନଙ୍କର ଅନ୍ୟତମ ବିଶେଷତ୍ୱ ଲାଞ୍ଜିଆ ଶଉରା ମାନଙ୍କ ଆଉ ଏକ ବିଶେଷତ୍ଵ ହେଉଛି ସେମାନଙ୍କର ଚାଷ କରିବା ପ୍ରଣାଳୀ । ପୁରୁଷାନୁକ୍ରମେ ଏମାନେ ପାହାଚ ଚାଷବା କ୍ଷେତ କଲଟିଭେଶନ କରିଆସୁଛନ୍ତି । ପାହାଡର ଢାଲୁ ଅଞ୍ଚଳରେ ସେମାନେ ପାହାଚ ଚାଷ ବା ଷ୍ଟେପ କଲଟିଭେସନ କରନ୍ତି । ପଥରରେ ଜମିର ପେଚେରୀ କରି ତଲକୁତଳକୁ ଚାଷଜମି ତିଆରି କରନ୍ତି । ଏହା ଦ୍ଵାରା କମ ଜଳସେଚନ ବ୍ୟବସ୍ଥା ଭିତରେ ଚାଷ ହୋଇଯାଏ। ପୁରାତନ କାଳରୁଏମାନେ ଏହି ସବୁ ଜମିରେ ଧାନ ଚାଷ କରନ୍ତି । ଯେଉଁଠି ପାଣିର ଉତ୍ସ ନଥାଏ ସେହି ପାହାଡରେ ଏମାନେ ପୋଡୁଚାଷ କରନ୍ତି । ସେଠାରେ ସେମାନେ ମାଣ୍ଡିଆ, ଜନା, ସୁଆଁ ଆଦି ଶସ୍ୟ ଜାତୀୟ ଫସଲ କରନ୍ତି । ଆଜିର ସଭ୍ୟ ସମାଜରେ ଲାଞ୍ଜିଆ ଶଉରା ଜନଜାତି ସାମାଜିକ ଓ ଆର୍ଥିକ ସ୍ତରରେ ବେଶ ଉନ୍ନତିକରିଛନ୍ତି । ସେମାନେ ସେମାନଙ୍କର ସ୍ୱତନ୍ତ୍ରତା ବଜାୟ ରଖୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button