ରାଜ୍ୟ

ପୁଣି ମଣିଷ ମାରି ଜେଲକୁ ଗଲେ ମହିଳା – Ibnodisha

[ad_1]

ଭୁବନେଶ୍ୱର: ପୁଣି ମଣିଷ ମାରି ଜେଲକୁ ଗଲେ ମହିଳା । ପୂର୍ବରୁ ନିଜ ଯାଆକୁ ହତ୍ୟା କରି ଜେଲ ଯାଇଥିବା ମହିଳା ପୁଣି ମାରିଛନ୍ତି ନିଜ ପ୍ରେମିକଙ୍କୁ । ଗତ ଜାନୁଆରୀ ୧୪ ତାରିଖରେ ବିଶ୍ୱଜିତ ନାୟକ ନାମକ ବ୍ୟକ୍ତିଙ୍କୁ ହତ୍ୟାକାଣ୍ଡର ହୋଇଛି ପର୍ଦାଫାସ । ହତ୍ୟାକାରିଣୀ ପ୍ରେମିକା ଶୁଙ୍କି ରାଣାକୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ମୁତାବକ ଝାରସୁଗୁଡ଼ାର ଅଧିବାସୀ ଶୁଙ୍କି ରାଣା ୨୦୧୮ ରେ ଜେଲରୁ ବାହାରି ଲୋକ ଲଜ୍ଜା ଭୟରେ ପୁରୀର ଚକ୍ରତୀର୍ଥ ରୋଡରେ ଥିବା ସଙ୍କଟମୋଚନ ସେବାଶ୍ରମରେ ରହୁଥିଲେ । ସେହି ଆଶ୍ରମରେ ମୃତକ ବିଶ୍ୱଜିତଙ୍କ ମାଆ ମଧ୍ୟ ରହୁ୍ଥିଲେ । ମାଆଙ୍କ ସହ ଦେଖା କରିବା କରିବା ସମୟରେ ଶୁଙ୍କିଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା ।

ପୂର୍ବରୁ ବିବାହିତ ଥିବା ବିଶ୍ୱଜିତଙ୍କ ଘରକୁ ଶୁଙ୍କି ଯିବା ଆସିବା କରିବା ସହ ରହୁଥିଲା । ଶୁଙ୍କିକୁ ବାରମ୍ବାର ଆଶ୍ରମ ଫେରିବାକୁ କୁହାଯାଇଥିଲା , କିନ୍ତୁ ବିଶ୍ୱଜିତ ଏହାକୁ ବିରୋଧ କରିଥିଲେ । ତେବେ ଗତ ୧୪ତାରିଖରେ ବିଶ୍ୱଜିତ ସମ୍ପୃକ୍ତ ମହିଳାଙ୍କୁ ନଯିବା ପାଇଁ ଅଧିକ ଜିଦ ଧରିବାରୁ ହଠାତ ରାଗି ଯାଇ ସେ ବିଶ୍ୱଜିତଙ୍କୁ ଏକ କାଠ ଫାଳିଆରେ ବାଡ଼େଇ ହତ୍ୟା କରିଥିଲା । ସେହି ଦିନ ସନ୍ଧ୍ୟାରେ କାହାକୁ କିଛି ନ ଜଣାଇ ପୁରୀକୁ ପଳାଇ ଆସିଥିଲା ଶୁଙ୍କି । ସାଙ୍ଗରେ ନେଇ ଆସିଥିଲା ବିଶ୍ୱଜିତଙ୍କ ଫୋନ । ହତ୍ୟାର ଖବର ପାଇ ବାଲିଅନ୍ତା ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ୍ ମୋବାଇଲକୁ ଟ୍ରାକ କରି ଶୁଙ୍କି କୁ ପୁରୀ ରେ ଗିରଫ କରିଥିଲା ।

ଅଭିଯୁକ୍ତ ମହିଳାକୁ ଅଧିକ ତଦନ୍ତ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ହତ୍ୟାକାରୀ ମହିଳା ଜଣଙ୍କ ପୂର୍ବରୁ ହତ୍ୟା ଅଭିଯୋଗରେ ଜେଲଦଣ୍ଡ ଭୋଗିଛନ୍ତି । ୨୦୦୫ ମସିହାରେ ନିଜ ସ୍ୱାମୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ନିଜ ଯାଆକୁ ହତ୍ୟା କରିଥିଲେ ଶୁଙ୍କି । ଏଥିପାଇଁ ସେ ୧୨ ବର୍ଷ ଜେଲ ଦଣ୍ଡ କାଟି ଥିଲେ । ସେହିପରି ମୃତ ବାଲିଅନ୍ତାର ହୀରାପୁର ନିବାସୀ ବିଶ୍ୱଜିତ ଏକ ହୋଟେଲ ବ୍ୟବସାୟୀ ଥିଲେ ଓ ଘରେ ତାଙ୍କର ସ୍ତ୍ରୀ ଓ ପୁଅ ଟିଏ ଅଛନ୍ତି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ମହିଳାଙ୍କ ରକ୍ତ ଭିଜା ଲୁଗା ସହ ବ୍ୟବହାର କରିଥିବା କାଠ ଫାଳିଆ ମଧ୍ୟ ଜବତ କରାଯାଇଛି । ଏ ନେଇ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button