ରାଜ୍ୟ
ସନ୍ଦେହରେ ହୋଟେଲ କର୍ମଚାରୀଙ୍କ ମୃତ୍ୟୁ – Ibnodisha

[ad_1]
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ ବଜାରର ଏକ ହୋଟେଲରେ କାମ କରୁଥିବା ଯୁବକ ହୋଟେଲ ପରିସରରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ମାଖନପୁର ଗ୍ରାମର ହିମାଂଶୁ ବେହେରା । ହୋଟେଲ ମାଲିକ ସତ୍ୟଜିତ ସାମଲ ସକାଳ ପ୍ରାୟ ୧୦ଟା ସମୟରେ ହିମାଂଶୁ ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ ।
ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍ ଘଟଣାର ଅନୁସନ୍ଧାନ କରି ଫେରିଥିବାବେଳେ ମା’ ସବିତା ପୁଅକୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ହିମାଂଶୁ ସକାଳେ ହୋଟେଲ ପାଇଁ ସଉଦା ଆଣିଥିବାର ବାଜାରବାସୀଙ୍କଠାରୁ ଜାଣିବାକୁ ମିଳିଛି । ଏନେଇ ଖଇରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
[ad_2]