ରାଜ୍ୟ

ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଦାନ କରନ୍ତୁ ଗୋଲମରିଚ, ମିଳିବ ଫାଇଦା

ଗୋଲମରିଚ ଖାଇବା ସ୍ୱାସ୍ଥ୍ୟପକ୍ଷେ ଲାଭକାରୀ ତାହା ଆମେ ସମସ୍ତେ ଜାଣିଛେ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଗୋଲମରିଚ ଖାଇବା ନୁହେଁ ବରଂ ବାସ୍ତୁକାର୍ଯ୍ୟରେ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଗୋଲମରିଚରେ କରନ୍ତୁ ଏପରି କିଛି ଉପାୟ, ଯାହା ଦ୍ୱାରା ଆପଣଙ୍କ କାର୍ଯ୍ୟରେ ଆସୁଥିବା ବାଧାବିଘ୍ନ ଦୂର ହେବା ସହ ସଠିକ୍‌ ଭାବେ ହୋଇପାରିବ। ଜାଣି ନିଅନ୍ତୁ ଏହାର ଉପାୟ..

ଯଦି ଆପଣଙ୍କ କାର୍ଯ୍ୟ ବାରମ୍ବାର ବିଗୁଡୁଛି, ତେବେ ଘରରୁ ବାହାରିବା ପୂର୍ବରୁ ଦ୍ୱାର ପାଖରେ ଗୋଲମରିଚ ରଖିଦିଅନ୍ତୁ। ଯେତେବେଳେ ଘରୁ ବାହାରିବେ ତା’ ଉପରେ ପାଦ ପକାଇ ବାହାରନ୍ତୁ। ଏପରି କଲେ ଆପଣଙ୍କ କାର୍ଯ୍ୟରେ କୌଣସି ବାଧା ଆସିବ ନାହିଁ।

balck

ଅର୍ଥ ସମ୍ବନ୍ଧୀୟ କୌଣସି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପୂର୍ଣ୍ଣମୀ ରାତିରେ ୫ଟି ଗୋଲମରିଚ ମୁଣ୍ଡ ଉପରେ ୧୧ ଥର ବୁଲାଇବା ପରେ ବାହାରେ ଫୋପାଡିଦିଅନ୍ତୁ। ଏପରି କରିବା ସମୟରେ ପଛକୁ ବୁଲି ଆଉ ଦେଖନ୍ତୁ ନାହିଁ। ସବୁ ସମସ୍ୟା ଦୂର ହୋଇଯିବ।

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ୨ ଟି ଗୋଲମରିଚକୁ ନେଇ ଜଳୁଥିବା ଦୀପରେ ଢାଳିଦିଅନ୍ତୁ। ତା’ ପରେ ସେହି ଦୀପକୁ ଘରର କୌଣସି କୋଣରେ ରଖି ଦେଲେ ଏପରି ସମସ୍ୟାରୁ ମୁକ୍ତ ମିଳିବ।

balck p

ଶନି ଦୋଷରୁ ମୁକ୍ତ ପାଇବା ପାଇଁ ଗୋଲମରିଚ ଦାନ କରନ୍ତୁ। ଏହା ସହିତ ଶନି ମନ୍ଦିର ଯାଇ ଗୋଟେ ହାତରେ ଗୋଲମରିଚ ଶନିଦେବଙ୍କୁ ଅର୍ପଣ କରନ୍ତୁ। ଏପରି କଲେ ଶନି ଦୋଷ ଦୂର ହେବ।

ହେଙ୍ଗୁ ସହିତ ଗୋଲମରିଚ ମିଶାଇ ଏହାକୁ ଛୋଟ ଛୋଟ ଔଷଧ ତିଆରି କରନ୍ତୁ। ଏହାକୁ ପ୍ରତିଦିନ ସକାଳୁ କିମ୍ବା ସନ୍ଧ୍ୟାରେ ଦୀପ ଜଳାନ୍ତୁ ଘରେ ସକାରାତ୍ମକତା ଲାଗି ରହିବ। ଏହା ସହିତ ଘରକୁ କାହାର କୁଦୃଷ୍ଟି ପଡିବ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button