ରାଜ୍ୟ

ଭୁବନେଶ୍ୱର ସହୀଦନଗର ଅଂଚଳରେ କଂଗ୍ରେସର ପ୍ରଚାର – Ibnodisha

[ad_1]

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ କିରଣ ସାହୁଙ୍କ ନେତୃତ୍ୱରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାସଂଦ ପ୍ରାର୍ଥୀ ସୟଦ ୟାସିର ନୱାଜ ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଜେନା ଆଜି ଅପରାହ୍ନରେ ସହୀଦ ନଗର ଅଂଚଳର ମହର୍ଷି କଲେଜ ରୋଡ଼, ଭବାନୀ ମହଲ, ସହୀଦ ନଗର ହାଟ, ଦୁର୍ଗା ମଣ୍ଡପ, ରୂପାଲି ଛକ, ତେଲୁଗ ବସ୍ତି, ବିର୍ଷାମୁଣ୍ଡା ବସ୍ତି, ଶାନ୍ତିପଲ୍ଲି ପ୍ରଭୃତି ସହୀଦନଗରର ସମସ୍ତ ବସ୍ତି ଅଂଚଳ ଏବଂ ବଜାର ବୁଲି ପ୍ରଚାର କରାଯାଇଥିଲା ।

ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାନ ସଭା ପ୍ରାର୍ଥୀ କଂଗ୍ରେସର ଗ୍ୟାରେଂଟି ସମ୍ପର୍କରେ କହିବା ସହ ଲୋକଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ସରକାର ଆସିଲେ ସହୀଦ ନଗର ହାଟର ସ୍ଥାୟୀ ବ୍ୟବସ୍ଥା କରିବାପାଇଁ କହିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ସୂର୍ଯ୍ୟକାନ୍ତ ଜେନା, ରଣଜିତ ସେନାପତି, ନିହାର ବେହେରା, ସାଗର ପଟ୍ଟନାୟକ, ରଞ୍ଜନ ଦାଶ, ଜୟକୃଷ୍ଣ ସୁବଦ୍ଧି, ଶ୍ରୀୟାସ୍ମିତା ପଣ୍ଡା, ଲିପିକା ପାତ୍ର, ଏମଡି ଶାହାଦୁଲ୍ଲା, ଧନେଶ୍ୱର ନାୟକ, ସେକ ତାକ୍ୱୁଇନ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button