ରାଜ୍ୟ

ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ମହାପ୍ରସାଦ – Ibnodisha

[ad_1]

ପୁରୀ: ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ। କୋଠ ଭୋଗଖିଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସକାଳ ଧୂପରେ ଲାଗି ହୋଇଥିବା ଖେଚୁଡ଼ି ପାଇ ଭକ୍ତ ଭାବ ବିଭୋର ।

ଖବର ଅନୁଯାୟୀ,  ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ଯେଉଁ ଅର୍ପଣ ରଥ ଗାଁଠୁ ସହର ସବୁଆଡେ ବୁଲି ଚାଉଳ ସଂଗ୍ରହ କରିଥିଲା  । ସେହି ଚାଉଳ ଆଜି ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ବ୍ୟବହାର ହୋଇଛି । ତାହା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ ଓ ଭକ୍ତ। ତେବେ ସକାଳ ଧୂପରେ ଖେଚୁଡ଼ି ବାହାରିଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ବାରରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା।

ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରାୟ ଏକ ଶହ ଖେଚୁଡ଼ି ଓ କାନିକା ହାଣ୍ଡି ପ୍ରସ୍ତୁତ ହୋଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ନିଯୋଗ ସମ୍ପାଦକ। ତେବେ ମହାପ୍ରଭୁଙ୍କ ମହାପ୍ରସାଦ କାଣିଚାଏ ପାଇ ଭକ୍ତ ଖୁସି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button