ରାଜ୍ୟ

ମହାପ୍ରଭୁଙ୍କ ଦର୍ଶନ କଲେ ଜଷ୍ଟିସ ଅରିଜିତ ପଶାୟତ – Ibnodisha

[ad_1]

ପୁରୀ : ପୂର୍ବତନ ବିଚାରପତି ତଥା ରତ୍ନଭଣ୍ଡାର ଇନଭେଣ୍ଟ୍ରୀ କମିଟି ଅଧ୍ୟକ୍ଷ ଅରିଜିତ ପଶାୟତ । କଳାଧନ ବିଷୟରେ ଗଠିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ସକଳେ ପତ୍ନୀଙ୍କ ସହ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଷ୍ଟିସ ପଶାୟତ। ଶନିବାର ଅପରାହ୍ଣରେ ସେ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଗଣତି ପାଇଁ ଗଠିତ ସ୍ୱତନ୍ତ୍ର କମିଟି ସହ ବୈଠକ କରିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ଗଠନ କରାଯାଇଛି । ସେ ରତ୍ନଭଣ୍ଡାର କମିଟି ସହ ରତ୍ନଭଣ୍ଡାର ଅନୁଧ୍ୟାନ ସଂପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଆସନ୍ତା ୧୧ ତାରିଖରେ କଳାଧନ ସଂପର୍କିତ ବୈଠକରେ ସମୀକ୍ଷା କରିବେ ଜଷ୍ଟିସ ଅରିଜିତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button