ମନୋରଞ୍ଜନ

ନୀତୀଶ ଭରଦ୍ୱାଜଙ୍କୁ ବାପା ବୋଲି ଡାକିବାକୁ ଘୃଣା କରୁଛନ୍ତି ତାଙ୍କ ଝିଅ – Ibnodisha

[ad_1]

ମୁମ୍ବାଇ: ମହାଭାରତର ଶ୍ରୀକୃଷ୍ଣ ତଥା ନୀତୀଶ ଭରଦ୍ୱାଜ ଏବେ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଝିଅମାନଙ୍କ ବିଷୟରେ କହିଛନ୍ତି ଯେଉଁଥିରେ ତାଙ୍କର ଯନ୍ତ୍ରଣା ସ୍ପଷ୍ଟ ଜଣାପଡିଛି | ସେ କହିଛନ୍ତି ଯେ, ମୁଁ ମୋ ଝିଅମାନଙ୍କ ସହ କଥା ହୋଇପାରୁନାହିଁ | ମୋତେ ବାପା ବୋଲି ଡାକିବାକୁ ସେମାନଙ୍କୁ ଲାଜ ଲାଗୁଛି | ତାଙ୍କ କହିବା କଥା , ‘ମୋତେ ବିବାହରେ ସବୁ ପ୍ରକାର ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡିଛି। ଯଦି ମୁଁ ମୋ ୧୧ବର୍ଷର ଝିଅ କହିଥିବା କଥା ଆପଣଙ୍କୁ କୁହେ, ତେବେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ | ମୋ ୧୧ ବର୍ଷର ଝିଅମାନେ ମୋତେ କହିଥିଲେ, ବାପା, ତୁମକୁ ବାପା ବୋଲି ଡାକିବାକୁ ଘୃଣା ଲାଗୁଛି | ଏହା ଶୁଣି ମୋ ପାଦ ତଳୁ ମାଟି ଖସି ଯାଇଥିଲା | କିଛି ଦିନ ତଳେ ନିତିଶଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ, “ମୁଁ ଚାକିରି ଛାଡିଦିଏ ବୋଲି ନୀତୀଶ ଚାହୁଁଥିଲେ। ଯେତେବେଳେ ମୁଁ ଚାକିରି ଛାଡ଼ିବାକୁ ରାଜି ହେଲିନାହିଁ, ସେ ମୋତେ ଛାଡପତ୍ର ମାଗିଥିଲେ। ଛାଡପତ୍ର ପାଇଁ ମୁଁ ରାଜି ହୋଇଯିବାରୁ ସେ ତାଙ୍କର ସହମତି ଦେବା ପାଇଁ ମୋତେ ଟଙ୍କା ମାଗିଥିଲି। ହେଲେ ମୁଁ ଟଙ୍କା ଦେବାକୁ ମନା କରିବାରୁ ସେ ରାଗରେ ଏଭଳି ମିଛ ଆରୋପ ଲଗାଇବା ଆରମ୍ଭ କରିଛନ୍ତି। କିଛି ଦିନ ତଳେ ସେ ପିଲାଙ୍କୁ ଭେଟିଥିଲେ। ଫେବ୍ରୁଆରି ୧୩ରେ ସେ ପିଲାଙ୍କୁ ଭେଟିବାକୁ ଆସିବେ ବୋଲି ଯୋଜନା ଥିଲା। ହେଲେ ସେ ଜାଣିଶୁଣି ଭେଟିବାକୁ ନଆସି ଫେବ୍ରୁଆରି ୧୪ରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ମୁଁ ତାଙ୍କୁ ପିଲାମାନଙ୍କ ସହ ଦେଖା କରିବାକୁ ଦେଉନାହିଁ ବୋଲି କହିଥିଲେ।” ସେ ଆହୁରି କହିଥିଲେ ଯେ, “ଜନ୍ମ ପରଠାରୁ ସେ ପିଲାମାନଙ୍କର ଖର୍ଚ୍ଚ ଉଠାଇନାହାନ୍ତି। ପିଲାଙ୍କ ପାଇଁ ତାଙ୍କର ଅବଦାନ ଶୂନ। ସେ କେବେ ବି ପିଲାଙ୍କ ସ୍କୁଲ ଫି’ ଦେଇନାହାଁନ୍ତି କିମ୍ବା ସେମାନଙ୍କୁ ଲାଳନପାଳନ କରିବା ପାଇଁ କୌଣସି ରକ୍ଷଣାବେକ୍ଷଣ ରାଶି ମଧ୍ୟ ପ୍ରଦାନ କରିନାହାଁନ୍ତି। ଜଣେ ବାପା ହିସାବରେ ସେ ବିଫଳ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button