ରାଜ୍ୟ

ସ୍କୁଲ ଯିବ ଜଗା

ସ୍କୁଲ ଯିବ ଜଗା। କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ସ୍କୁଲ ପଠାଇବା ନେଇ ଚାଲିଛି ପ୍ରସ୍ତୁତି। ଏବେ ୧୦ ବର୍ଷରେ ପହଞ୍ଚିଥିବା ଜଗାର ପାଠ ପଢ଼ାକୁ ନେଇ ପରିବାର ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି। ତେଣୁ ଜିଲ୍ଲାପାଳଙ୍କୁ ଭେଟି ଜଗାର ସ୍କୁଲ ଆରମ୍ଭ କରିବା ନେଇ ଆଲୋଚନା କରିଛନ୍ତି ତାଙ୍କ ପରିବାର। ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ବି ଆରମ୍ଭ ହେଲାଣି।

ଜଗା କେଉଁ ସ୍କୁଲକୁ ଯିବ? ସ୍କୁଲକୁ ଗଲା ପରେ କିଭଳି ପାଠ ପଢ଼ିବ? କେଉଁ ପରିବେଶର ରହିବ ? କାହା କାହା ସହ ମିଶିବ? ଏହିସବୁ ଦିଗକୁ ଦୃଷ୍ଟିରେ ରଖି ଏବେ ଅନୁଧ୍ୟାନ ହେଉଥିବା କହିଛନ୍ତି କନ୍ଧମାଳ ସିଡିଏମଓ ମନୋଜ କୁମାର ଉପାଧ୍ୟାୟ। ବିଶେଷ ଭାବେ ଜଗାର ସୁରକ୍ଷା ଓ ସୁସ୍ଥ ପରିବେଶ ବେଶ୍ ଗୁରୁତ୍ବବହନ କରୁଛି। ତାସହ ଜଗାର ଦ୍ବିତୀୟ ଅପରେସନ୍ କରି ତାକୁ ହେଲମେଟ୍ ଫ୍ରି କରିବାକୁ ଯୋଜନା ରହିଛି।

ଗତବର୍ଷ ଡିସେମ୍ବର ମାସରେ ଦିଲ୍ଲୀ AIIMS ଡାକ୍ତରମାନେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜଗା ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି। ପ୍ରତିଦିନ ପରିବାର ସହ ମେଡିକାଲ୍ ବାହାରକୁ ଯିବା ସହ ପଢ଼ାପଢ଼ି ଆରମ୍ଭ କଲାଣି। ଏହାସହ କେତେବେଳେ ପାର୍କକୁ ତ ଆଉ କେତେବେଳେ ମନ୍ଦିର ଓ ବଜାରକୁ ମଧ୍ୟ ତା ବାପା ସହିତ ବୁଲିବାକୁ ଯାଉଛି ଜଗା।

କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜନ୍ମ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିଲା। ଦିଲ୍ଲୀ AIIMSରେ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲା। ପରେ SCB ମେଡିକାଲରେ ଆଖି ବୁଜିଥିଲା କାଳିଆ। ଆଉ ଏହାରି ଭିତରେ ସେମାନଙ୍କ ପରିବାରକୁ ନୂଆ ଅତିଥି ଭାବେ ଭଉଣୀ ସୁଭଦ୍ରା ଆସିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button