ରାଜ୍ୟ

ହୁତୁହୁତୁ ହୋଇ ଜଳିଗଲା ମୋ ବସ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ରାସ୍ତା ଉପରେ ଜଳିଗଲା ମୋ ବସ୍। ‘ମୋ ବସ୍’ରେ ନିଆଁ ଲାଗିଯିବାରୁ ବସ୍ ହୁତୁହୁତୁ ହୋଇ ଜଳିଯାଇଥିଲା। ତେବେ ବସ୍‌ରେ ଥିବା ଯାତ୍ରୀମାନେ ଏହି ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ତେବେ ନିଆଁ ଲାଗିବା ଫଳରେ  ବସ୍‌ଟି ସଂପୂର୍ଣ୍ଣ ଜଳିଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ମୋ ବସ୍ ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରୁଥିବାର ଦେଖି ଲୋକେ ଚିତ୍କାର କରିଥିଲେ। ଏହାପରେ ଯାତ୍ରୀମାନେ ତଳକୁ ଓହ୍ଲାଇ ଆସିଥିଲେ। ପରେ ବସ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ରାସ୍ତା ଉପରେ ଜଳି ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button