ରାଜଧାନୀକୁ କଲବଲ କରୁଛି ଡେଙ୍ଗୁର କାୟା – Ibnodisha

[ad_1]
ଭୁବନେଶ୍ୱର: ରାଜଧାନୀକୁ କଲବଲ କରୁଛି ଡେଙ୍ଗୁର କୟା । ଏଣେ ରାଜଧାନୀରେ ଡେଙ୍ଗୁର ସ୍ଥିତି ଏତେ ଗମ୍ଭିର ହେଉଛି ଯେ, ଜନ ଜୀବନ ବହୁ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ଏହାରି ଭିତରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପରିଲିଖିତ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସପ୍ତାହେ ଧରି ଡେଙ୍ଗୁ ରୋଗୀଙ୍କ ସଖ୍ୟା ୬୦ରୁ ୭୦ ମଧ୍ୟରେ ରହିବ, ପରେ ଏହା ଆହୁରି ପିକ’କୁ ଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଆକ୍ରାନ୍ତ ୫୨ ଜଣ ଚିକିତ୍ସିତ ହେଉଛନ୍ତି ।
ରବିବାର ଚିହ୍ନଟ ନୂଆ ଆକ୍ରାନ୍ତକୁ ମିଶାଇ ମୋଟ ଚିହ୍ନଟଙ୍କ ସଂଖ୍ୟା ୧୨୦୦ ଛୁଇଁଛି । ନୟାପଲ୍ଲୀ ବେହେରା ସାହି, ଜୟଦେବିହାର, ଆଚାର୍ଯ୍ୟବିହାର ସହ ପୁରୁଣା ଭୁବନେଶ୍ୱର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଏବେ ରାଜଧାନୀ ଭୁବନେଶ୍ୱର ଲାଗି ହଟସ୍ପଟ୍ ପାଲଟିଛି । ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ଡେଙ୍ଗୁ ରୋଗୀ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନାଅନୁଯାଇ ରାଜଧାନୀରେ ଡେଙ୍ଗୁ ବ୍ୟାପିବାର ମୂଳ କାରଣ ହେଉଛି କେହି ସଚେତନ ନୁହନ୍ତି ଏବଂ ଘରେ ମଶୁରୀ ଟାଙ୍ଗୁ ନାହାନ୍ତ, ଘରର ଅଳିଆ ଆବର୍ଜନାକୁ ସଫାକରୁନାହାନ୍ତିଁ, ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ନିଜର ଜୀବନକୁ ଅତିବାହିତ କରୁଛନ୍ତି ବୋଲି ଡେଙ୍ଗୁର ମାତ୍ରାଧିକ ବୃଦ୍ଧି ପଇବାରେ ଲାଗୁଛି ।
ଏବେ ସାଧାରଣତଃ ଥଣ୍ଡା ଜ୍ୱର ହେଲେ ଲୋକମାନେ ଲୁଚାଉଛନ୍ତି । ଯଦି କାହାରି ଦେହରେ ୧ଦିନରୁ ୨ଦିନ ପର୍ଯ୍ୟନ୍ତ ଜ୍ୱର ରହୁଛି ଏବଂ ତରଳଝାଡା ହେଉଛି ଓ ମୁଣ୍ଡବିନ୍ଧା ଭିଷଣ ହେଉଛି ତାହା ହେଲେ ତୁରନ୍ତ ଡ଼ାକ୍ତରଖାନା ଆସି ରକ୍ତ ପରିକ୍ଷା କରିବାକୁ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଏହା କହିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରାଗୀଙ୍କ ପାଇଁ ୫୦ ବେଡ୍ ଯାଏଁ ବ୍ୟବସ୍ଥା କରାଯାଇଛି । ଆବଶ୍ୟକସ୍ଥଳେ ଏହାକୁ ବୃଦ୍ଧି କରାଯିବା ନେଇ ସୂଚନା ରହିଛି । ହସ୍ପିଟାଲର ନିର୍ଦ୍ଦେଶକଙ୍କ ସୂଚନାରେ ଏବେ ୫୨ଜଣ ରାଗୀଚିକିତ୍ସାଧୀନ ଅଛନ୍ତି ।
୧୦ରୁ ୧୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ରୋଗୀଙ୍କ ବ୍ଲଡ଼ ପ୍ଲେଟେଲେଟ ଲାଗୁଛି । ଏଣେ ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଭୟଙ୍କର ହେଉଥିବା ବେଳେ ଏବେ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଡେଙ୍ଗୁ ମାଡ଼ିବା ଦେଖାଗଲାଣି । ବାଲିଅନ୍ତା ବ୍ଲକ୍ରୁ ୧୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ୧୯ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଭୁବନେଶ୍ୱରରେ କାମ କରୁଥିବା ବେଳେ ଆଉ କିଛି ନିଜ ଅଞ୍ଚଳରେ ରହୁଛନ୍ତି । ତେଣୁ ବାଲିଅନ୍ତାରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ ଦେଖାଗଲାଣି ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଏଣୁ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହେବା ଜରୁରୀ ବୋଲି ଲୋକେ ଦାବି କରିଛନ୍ତି ।ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ବି ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ତତ୍ପର ନୁହେଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ ଓ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀମାନେ ଜନ ସଚେତନତା ସୃଷ୍ଟି କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସଂକ୍ରମିତ ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଜନ ସଚେତନତା ଜରୁରୀ ହୋଇପଡ଼ିଛି । ତେଣୁ ଏ ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।
[ad_2]



