ଦେଶ
ଇଟାଲୀର ଏଟ୍ନା ଆଗ୍ନେୟଗିରି ପୁଣି ସକ୍ରିୟ – Ibnodisha

[ad_1]
ରୋମ: ଇଟାଲୀର ଏଟ୍ନା ଆଗ୍ନେୟଗିରି (ମାଉଣ୍ଟ୍ ଏଟ୍ନା) ସୋମବାର ପୁଣି ସକ୍ରିୟ ହୋଇଉଠିଛି । ଆଗ୍ନେୟଗିରି ଗର୍ଭରୁ ବାହାରୁଥିବା ଧୂଆଁ ଓ ପାଉଁଶ ଯୋଗୁଁ ଆକାଶ ସମ୍ପୂର୍ଣ୍ଣ ଅନ୍ଧକାରାଛନ୍ନ ହୋଇପଡିଛି । ଉତ୍ତପ୍ତ ଲାଭା ପ୍ରବାହିତ ହୋଇଥିବାବେଳେ ନିକଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଆଗ୍ନେୟଗିରି ସକ୍ରିୟ ହେବାଫଳରେ ନିକଟରେ ଥିବା ସିସିଲି ଏୟାରପୋର୍ଟକୁ ବନ୍ଦ ଘୋଷଣା କରାଯାଇଛି ।
ଲାଭା ଓ ପାଉଁଶ ଯୋଗୁଁ ରାସ୍ତାଘାଟ ପିଛିଳିକୃତ ହୋଇଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସାଇକେଲ ଓ ବାଇକ୍ ଚଳାଇବାକୁ ବାରଣ କରାଯାଇଛି । ପ୍ରାୟ ୧୧,୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏଟ୍ନା ହେଉଛି ୟୁରୋପର ଉଚ୍ଚତମ ଆଗ୍ନେୟଗିରି । ବିଗତ ୫ ଲକ୍ଷ ବର୍ଷ ମଧ୍ୟରେ ଏହି ଆଗ୍ନେୟଗିରି ନିୟମିତଭାବେ ସକ୍ରିୟ ହୋଇପଡୁଥିବା କୁହାଯାଇଛି ।
[ad_2]