ଦେଶ

ପୁଲିସ ଗାଡ଼ିରୁ ମଦ ବୋତଲ ଝାମ୍ପି ନେଲା ମାଙ୍କଡ଼, ଥାନାବାବୁଙ୍କୁ ଭର୍ସନା କଲେ ଲୋକେ – Ibnodisha

[ad_1]

କାନପୁର: ଉତ୍ତରପ୍ରଦେଶର କାନପୁରରୁ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ଏଥିସହିତ ପୁଲିସ ବିଭାଗରେ ବି ଚଡ଼କ ପଡ଼ିଛି।

ତେବେ ପୂର୍ବରୁ ଶୁଣିବାକୁ ମିଳିଛି କି କାନପୁରର ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ମାଙ୍କଡ଼ଙ୍କ ଆତଙ୍କ ରହିଥ‌ାଏ। ତେବେ ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଅବସରରେ ମାଙ୍କଡ଼ ପୁଲିସର ମୁଖା ଖୋଲି ଦେଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି, ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ସାମ୍ନାରେ ପୁଲିସ ବାବୁମାନଙ୍କ ଗାଡ଼ି ଛିଡ଼ା ହୋଇଛି। ଏହି ସମୟରେ ଏକ ମାଙ୍କଡ଼ ଆସି ଗୋଟିଏ ପରେ ଗୋଟିଏ ଗାଡ଼ିରେ ଡିଆଁ ମାରୁଛି। ଏତିକିବେଳେ ଜଣେ ପୁଲିସ କର୍ମଚାରୀଙ୍କ ଗାଡ଼ିରେ ଲାଗିଥିବା ଏକ ବ୍ୟାଗ ଉପରେ ମାଙ୍କଡ଼ର ଆଖି ପଡ଼ିଯାଉଛି। ସେ ଉକ୍ତ ବ୍ୟାଗକୁ ଖୋଲି ସେଥିରୁ ଏକ ମଦ ବୋତଲ ବ‌ାହାର କରୁଛି।

ମଦବୋତଲ ପାଇବା ପରେ ମାଙ୍କଡ଼ ତାହାକୁ ଏକ ଗଛମୂଳରେ ବସି ଅନେକ ସମୟ ଧରି ଖୋଲିବାକୁ ଚେଷ୍ଟା କରୁଛି କିନ୍ତୁ ଖୋଲି ପାରି ନଥିଲା। ଯେମିତି ଏହି ଘଟଣା ବିଷୟରେ ପୁଲିସବାବୁମାନଙ୍କୁ ଜଣାପଡ଼ିଥିଲା ସେମାନେ ତୁରନ୍ତ ଉକ୍ତମାଙ୍କଡ଼କୁ ଘଟଣାସ୍ଥଳରୁ ଘୋଉଡ଼ାଇ ଦେଉଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ପୁଲିସ କିପରି ଭାବେ ପୁଲିସ ଷ୍ଟେସନ ସାମ୍ନାରେ ଗାଡ଼ିରେ ଏଭଳି ମଦ ବୋତଲ ରଖି ପାରିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button