ଦେଶ

ସରକାରୀ ବଙ୍ଗଳାକୁ ଫେରିଲେ ରାହୁଲ – Ibnodisha

[ad_1]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ସାଂସଦ ପଦ ଫେରିପାଇଛନ୍ତି । ଫଳରେ ଦୀର୍ଘ ଚାରିମାସର ବ୍ୟବଧାନ ପରେ ରାହୁଲ ପୁଣି ଲୋକସଭାରେ ଉପସ୍ଥିତ ହେବାର ସୁଯୋଗଲାଭ କରିଛନ୍ତି । ଏଥିସହିତ ମଙ୍ଗଳବାର ରାହୁଲ ତାଙ୍କର ନୂଆଦିଲ୍ଲୀସ୍ଥ ୧୨ ତୋଗଲକ୍ ରୋଡ୍‌ରେ ଥିବା ପୁରୁଣା ସରକାରୀ ବଙ୍ଗଳା ମଧ୍ୟ ଅକ୍ତିଆର କରିଛନ୍ତି । ସୂଚନାଯୋଗ୍ୟ ମାର୍ଚ୍ଚ ୨୩ରେ ସାଂସଦ ପଦ ରଦ୍ଦ ହେବାପରେ ରାହୁଲଙ୍କୁ ଏହି ବଙ୍ଗଳା ଖାଲି କରିବାକୁ ପଡିଥିଲା ।

ଲୋକସଭା ନିୟମ ଅନୁଯାୟୀ ଜଣେ ସାଂସଦ ନିଜ ପଦ ହରାଇବାର ଏକମାସ ମଧ୍ୟରେ ସରକାରୀ ବଙ୍ଗଳା/କ୍ୱାର୍ଟର ଖାଲି କରିବାକୁ ବାଧ୍ୟ ହୋଇଥାନ୍ତି । ୨୦୦୫ରୁୁ ରାହୁଲ ତୋଗଲକ୍ ରୋଡ୍‌ସ୍ଥିତ ଏହି ବଙ୍ଗଳାରେ ରହିଆସୁଛନ୍ତି । ବଙ୍ଗଳା ଖାଲି କରିବା ସମୟରେ ରାହୁଲ କହିଥିଲେ ଯେ ସତ କହିଥିବାରୁ ଏହି ବଙ୍ଗଳା ତାଙ୍କ ହାତରୁ ଛଡାଇ ନିଆଯାଇଛି । ମଙ୍ଗଳବାର ପୁଣି ବଙ୍ଗଳାକୁ ପ୍ରବେଶ କରିବାପରେ ରାହୁଲ କହିଛନ୍ତି ଯେ କେବଳ ଏହି ବଙ୍ଗଳା ନୁହେଁ, ସମଗ୍ର ଭାରତବର୍ଷ ହେଉଛି ତାଙ୍କର ଘର ।

ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରଠାରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ରାହୁଲ ‘ମୋଦୀ’ ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣି ପ୍ରଦାନ କରିଥିଲେ । ଏହାର ପ୍ରତିବାଦରେ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେସ ମୋଦୀ ସୁରଟ୍‌ର ଏକ କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ । କୋର୍ଟ ଚଳିତବର୍ଷ ମାର୍ଚ୍ଚ ୨୨ରେ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button