ଦେଶ

‘ଏ’ ପଜିଟିଭ ରୋଗୀଙ୍କୁ ଦିଆଗଲା ‘ବି’ ପଜିଟିଭ ରକ୍ତ: ଅବସ୍ଥା ଗୁରୁତର – Ibnodisha

[ad_1]

ନୂଆଦିଲ୍ଲୀ: ବାହାରେ “ଏ” ଭିତରେ “ବି”। କଟକ ରେଡ଼କ୍ରସ ରକ୍ତ ଭଣ୍ଡାର ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ। “ଏ” ପଜିଟିଭ ବଦଳରେ “ବି” ପଜିଟିଭ ରକ୍ତ ଦିଆଯାଇଥିବା ଅଭିଯୋଗ କଲେ ରୋଗୀଙ୍କ ପରିବାରବର୍ଗ। ରିକ୍ୟୁଜିସନ ଲେଟର ଏବଂ ବ୍ଲଡ ପ୍ୟାକରେ ଏ ପଜିଟିଭ ଲେଖା ରହିଛି।

କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭୪ ବର୍ଷିୟ ବୟସ୍କ ବିଭୁତି ଭୂଷଣ ଜେନାଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ଥିଲା । ତାଙ୍କ ପୁଅ ‘ଏ’ ପଜିଟିଭ ରକ୍ତ ରେଡକ୍ରସରୁ ଆଣିବା ପାଇଁ ଯାଇଥିଲେ । ଏଥିପାଇଁ ସମସ୍ତ ଯାଞ୍ଚ ପରେ ‘ଏ’ ପିଜିଟିଭ ଲେଖାଥିବା ରକ୍ତ ପ୍ୟାକେଟ୍ ରୋଗୀଙ୍କୁ ଦିଆଯାଇଥିଲା । ରକ୍ତ ଦିଆଯିବା ସମୟରେ ଗୁରୁତର ହୋଇ ପଡିଲେ ରୋଗୀ। ଏହା ପରେ ସେହି ରକ୍ତକୁ ଚେକ୍ କରିବା ପରେ ଏହା ‘ଏ’ ପଜିଟିଭ୍ ବଦଳରେ ‘ବି’ ପଜିଟିଭ ବୋଲି ଜଣାପଡ଼ିଥିଲା ।

ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ରେଡ଼କ୍ରସ ରକ୍ତ ଭଣ୍ଡାର ନିର୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ। ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଭୁଲ ଆମ ପାଖରେ ହୋଇଛି କି ଘରୋଇ ହସ୍ପିଟାଲରେ ହୋଇଛି ତାହା ଜଣାପଡି ନାହିଁ। ଆମ ପାଖରେ କିଛି ତ୍ରୁଟି ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସମସ୍ତ କାଗଜପତ୍ର ଦାଖଲ ପାଇଁ ରୋଗୀଙ୍କ ପରିବାରବର୍ଗଙ୍କୁ କୁହାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button