ଦେଶ

ଲୋକସଭା ନିର୍ବାଚନ ଲଢ଼ିବେ କି ଅପର୍ଣ୍ଣା! – Ibnodisha

[ad_1]

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ତତ୍ପର ହୋଇପଡିବା ସହ ନିଜ ହିସାବରେ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ତେବେ ବିଜେପି ଉପରେ ସମସ୍ତଙ୍କ ତୀକ୍ଷ୍ମ ନଜର ରହିଛି । ଏସବୁ ମଧ୍ୟରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରତିଷ୍ଠାତା ତଥା ଦିବଂଗତ ମୁଲାୟମ୍ ସିଂ ଯାଦବଙ୍କ ସାନବୋହୂ ତଥା ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ ସାକ୍ଷାତ କରିଛନ୍ତି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କାରଣ ଉତ୍ତରପ୍ରଦେଶର ସମସ୍ତ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ଅପର୍ଣ୍ଣା, ଆଜି ଯୋଗୀଙ୍କୁ ସାକ୍ଷାତ କରିବା ପଛରେ ରାଜ୍ୟର କୌଣସି ଏକ ଲୋକସଭା ଆସନରୁ ଅପର୍ଣ୍ଣାଙ୍କୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି । ଯୋଗୀଙ୍କ ସହ ତାଙ୍କ ସାକ୍ଷାତକାର ସମୟର ଫଟୋକୁ ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି ଅପର୍ଣ୍ଣା । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସାକ୍ଷାତକାର ସୌଜନ୍ୟମୂଳକ ବୋଲି ଅପର୍ଣ୍ଣା ଦର୍ଶାଇଛନ୍ତି । ତେବେ ଯୋଗୀଙ୍କୁ ସାକ୍ଷାତ କରିବା ପୂର୍ବରୁ ଅପର୍ଣ୍ଣା, ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ୍‌ଙ୍କୁ ମଧ୍ୟ ସାକ୍ଷାତ କରିସାରିଛନ୍ତି । ସୂଚନାଯୋଗ୍ୟ ଅପର୍ଣ୍ଣା ଯାଦବ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button