ଦେଶ

ଭୂକମ୍ପରେ ଥରିଲା ତାଇୱାନ – Ibnodisha

[ad_1]

ନୂଆଦିଲ୍ଳୀ: ତାଇୱାନରେ ରିକ୍ଟର ସ୍କେଲରେ ୭.୪ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ହୋଇ ଜାପାନର ୟୋନାଗୁନି ଦ୍ୱୀପରେ ସୁନାମି ସୃଷ୍ଟି ହୋଇଛି। ୧୯୯୯ ମସିହାରେ ହୋଇଥିବା ୭.୨ ତୀବ୍ରତା ବିଶିଷ୍ଟ ଭୂକମ୍ପଠାରୁ ବି ଏହା ଅଧିକ ଶକ୍ତିଶାଳୀ। ୨୫ ବର୍ଷ ଭିତରେ ତାଇୱାନ ଅନୁଭୂତ ହୋଇଥିବା ସବୁଠାରୁ ଅଧିକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୨୫୦୦ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୧୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଭୂକମ୍ପରେ ଘର, ଅଫିସ ଆଦି ଭୁୁଶୁଡ଼ି ପଡ଼ିବା ସହ ବହୁ କ୍ଷୟକ୍ଷତି ହୋଇଛି। ସେପଟେ ତାଇୱାନର ପୂର୍ବ ସହର ହୁଆଲିନରେ ଥିବା କୋଠାଗୁଡ଼ିକର ଭିତ୍ତିପ୍ରସ୍ତର ଭୂମିକମ୍ପରେ ଦୋହଲି ଯାଇଛି।

ରାଜଧାନୀ ତାଇପେରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ତାଇୱାନରେ ଆଜି ସକାଳେ ଅନୁଭୂତ ହୋଇଥିବା ଏହି ଶକ୍ତିଶାଳୀ ଭୂକମ୍ପରେ ସମଗ୍ର ଦ୍ୱୀପକୁ ଦୋହଲି ଯାଇଛି। ଜାପାନ ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ସୁନାମି ସତର୍କ ସୂଚନା ଜାରି କରିଛି । ଏଠାରେ ବିମାନ ଉଡ଼ାଣ ବାତିଲ କରାଯାଇଛି । ଫିଲିପାଇନ୍ସ ମଧ୍ୟ ସୁନାମି ନେଇ ସତର୍କ କରାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଜାପାନ ପାଣିପାଗ ଏଜେନ୍ସି ପୂର୍ବାନୁମାନ କରିଛି ଯେ ଭୂମିକମ୍ପ ପରେ ୯.୮ ଫୁଟ ପର୍ଯ୍ୟନ୍ତ ସୁନାମି ଆସିବ । ପ୍ରାୟ ଅଧଘଣ୍ଟା ପରେ କୁହାଯାଇଛି ଯେ ସୁନାମିର ପ୍ରଥମ ଲହର ମିଆକୋ ଏବଂ ୟେୟାମା ଦ୍ୱୀପପୁଞ୍ଜ ଉପକୂଳ ଛୁଇଁସାରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button