ଦେଶ

ଘରୋଇ ସହାୟକ କଲେ ଦୁଷ୍କର୍ମ ଉଦ୍ୟମ, ମାଲିକାଣୀ ଛୁରୀରେ କାଟି ଅଲଗା କରିଦେଲେ ଗୁପ୍ତାଙ୍ଗ – Ibnodisha

[ad_1]

ଉତ୍ତର ପ୍ରଦେଶର : ଉତ୍ତର ପ୍ରଦେଶର କୌଶମ୍ବି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଘରୋଇ ସହାୟକ ଘରର ମାଲିକାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସହାୟକ ଜଣକ ଦୁଷ୍କର୍ମ ଉଦ୍ୟମ କଲା ବେଳେ ମାଲିକାଣୀ ଆତ୍ମରକ୍ଷା ପାଇଁ ତାଙ୍କ ଗୁପ୍ତାଙ୍ଗକୁ ଛୁରୀରେ କାଟି ଅଲଗା କରିଦେଇଛନ୍ତି। ଆହତ ଅବସ୍ଥାରେ ଘରୋଇ ସହାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ମହିଳାଙ୍କ ଘରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ରକ୍ତ ରଞ୍ଜିତ ଗଦି, ବେଡସିଟ୍ ଏବଂ ଛୁରୀ ଜବତ କରାଯାଇଛି। ତେବେ ଏହି ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୀଡିତା ମହିଳାଙ୍କ ବୟାନ ରେକର୍ଡ କରି ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାସହ ତାଙ୍କୁ ଅଟକ ରଖି ପଚରାଉଚରା କରିଛି। କହି ରଖୁଛୁ, ଏହି ଘଟଣା ମଞ୍ଜନପୁର ଥାନା ଅଧୀନ ସରିଫପୁର ଗାଁରେ ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀ ସାଉଦି ଆରବରେ ଡ୍ରାଇଭର ଭାବରେ କାମ କରନ୍ତି। କୁହାଯାଉଛି ଯେ ଅପରାହ୍ନରେ ଯେତେବେଳେ ଘରେ କେହି ନ ଥିଲେ, ସେହି ସୁଯୋଗରେ ଘରୋଇ ସହାୟକ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button