ରାଜ୍ୟ

ଆଜିଠୁ ଝାରସୁଗୁଡ଼ାରୁ ବେଙ୍ଗାଳୁରୁକୁ ଉଡିଲା ଇଣ୍ଡିଗୋ ବିମାନ – Ibnodisha

[ad_1]

ଝାରସୁଗୁଡ଼ା : ଆଜିଠୁ ବାଙ୍ଗାଲୋର ଉଡିଲା ଇଣ୍ଡିଗୋ ବିମାନ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବାଙ୍ଗାଲୋରକୁ ଉଡିଛି ଇଣ୍ଡିଗୋ ବିମାନ । ଆଜି ସକାଳ ୧୦ଟା୧୫ରେ ବେଙ୍ଗାଳୁରୁରୁ ବାହାରି ଝାରସୁଗୁଡାରେ ୧୨ଟା୯ରେ ପହଞ୍ଚିଥିଲା । ସେହିପରି ଦିନ ଗୋଟାଏରେ ଝାରସୁଗୁଡାରୁ ବାହାରିଥିଲା । ଆଜି ପ୍ରଥମ ଦିନରେ ବେଙ୍ଗାଳୁରୁରୁ ୧୭୯ ଯାତ୍ରୀ ଆସିଥିବା ବେଳେ ୧୬୯ ଜଣ ଯାତ୍ରୀ ଝାରସୁଗୁଡାରୁ ବେଙ୍ଗାଳୁରୁ ବାହାରିଥିଲେ ବୋଲି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ବେଙ୍ଗାଳୁରୁକୁ ଆଜିଠୁ ପ୍ରତିଦିନ ଇଣ୍ଡିଗୋର ୧୮୦ ସିଟ୍‌ ବିଶିଷ୍ଟ ଏୟାରବସ୍‌-୩୨୦ ବିମାନ ଚଳାଚଳ କରିବ । ଏହାପୂର୍ବରୁ ଗତ ୫ ତାରିଖରେ ଇଣ୍ଡିଗୋ କୋଲକାତାକୁ ATR-72, ୭୨ ସିଟ ବିଶିଷ୍ଟ ବିମାନ ଚଳାଚଳ କରିଆସୁଛି l ତେବେ ବାଙ୍ଗାଲୋରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଝାରସୁଗୁଡାବାସୀ ତଥା ଯାତ୍ରୀ ମାନେ କରି ଆସୁଥିବା ଦାବି ପୂରଣ ହେବା ପରେ ଯାତ୍ରୀ ମାନେ ଖୁସି ପ୍ରକାଶ କରିଛନ୍ତି l ବେଙ୍ଗାଳୁରୁରୁ ଝାରସୁଗୁଡା ସହ ଯୋଡିହେବା ପରେ ଛାତ୍ରଛାତ୍ରୀ ତଥା ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ବିଶେଷ ସୁବିଧା ହେବ l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button