ରାଜ୍ୟ

ବିଶୃଙ୍ଗଳିତ ଆଚରଣ ପାଇଁ ଭିସୁଟ ସହକାରୀ ପ୍ରଫେସରଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର – Ibnodisha

[ad_1]

ସମ୍ବଲପୁର : ଭିସୁଟ ସହକାରୀ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । କୂଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶ କ୍ରମରେ ରେଜିଷ୍ଟାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସୋସିଏଟ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ପୂର୍ବରୁ ଆସୋସିଏଟ ପ୍ରଫେସର ଭାବେ କାର୍ୟ୍ୟ କରୁଥିଲେ। ବିଶୃଙ୍ଗଳିତ ଆଚରଣ ପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଭିସୁଟ ପକ୍ଷରୁ ସୂଚନା ଦିଆଯାଇଛି।ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀ ସୋଶାଲ ମିଡିଆରେ ଭିସୁଟ କର୍ତ୍ତୃପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିନ୍ଦନୀୟ ଆଚରଣ କରିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ବି ହୋଇଥିଲା। ଏପରି ଅଶୋଭନୀୟ ଆଚରଣ ପାଇଁ ପୂର୍ବରୁ ବି ତାଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ବନ କରା ଯାଇଥିଲା । ଏପରି ବ୍ୟବହାର ନିମନ୍ତେ ସେ ପୂର୍ବରୁ ଯେଉଁ ଶିକ୍ଷାନୁଷ୍ଠାନରେ ଚାକିରି କରୁଥିଲେ ସେଠାରୁ ମଧ୍ୟ ସେ ବହିଷ୍କୃତ ହୋଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button