ଦେଶ

ଭାରସାମ୍ୟ ହରାଇ ଓଲଟିଲା କୁକୁଡ଼ା ବୋଝେଇ ଗାଡି – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶର ଇଟାୱାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ପାଖାପାଖି ୨୫ କୁଇଣ୍ଟାଲ କୁକୁଡ଼ା ନେଇ ଯାଉଥିବା ଏକ ଡିସିଏସର ଚକା ଫାଟି ଯିବାରୁ ତାହା ରାସ୍ତାକୁ ଓଲଟି ପଡ଼ିଥିଲା। ଫଳରେ କିଛି କୁକୁଡ଼ାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଉ କିଛି ଜୀବିତ ଥିଲେ। ତେବେ ଏଦୃଶ୍ୟ ଦେଖି ଉକ୍ତ ରାସ୍ତା ଦେଇ ଯାଉଥିବା ପିଲା ଠାରୁ ବୃଦ୍ଧ ନିଜର ଲୋଭକୁ ଅଟକାଇ ପାରି ନଥିଲେ। ଯିଏ ଯେଉଁଥିରେ ଯେମିତି ପାରିଲା କୁକୁଡ଼ା ଲୁଟି ନେଇ ଚାଲି ଯାଇଥିଲେ। ତେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଚାଳକ ମହମ୍ମଦ ଆଖି ସାମ୍ନାରେ ଲୋକଙ୍କୁ କୁକୁଡ଼ା ଲୁଟି ନେଉଥିବା ‌ଦେଖି କିଛି କରି ପାରୁ ନଥିଲେ। ସେ ଉପାୟ ଶୂନ୍ୟ ଥିଲେ। କିଛିଲୋକଙ୍କୁ ବାରଣ କରୁଥିଲେ ବି ସେମାନେ ଚାଳକଙ୍କ କୌଣସି କଥା ଶୁଣୁ ନଥିଲେ। କିଛି ସମୟ ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେ ସ୍ଥାନରୁ ଲୋକଙ୍କ ଯାତାୟାତକୁ ବନ୍ଦ କରିଥିଲା। କୁକୁଡ଼ାଗୁଡ଼ିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଇଥିଲା। ଡିସିଏମ ଚାଳକ ମହମ୍ମଦ ଶରିଫ କହିଛନ୍ତି, ‘ ମୁଁ କାନପୁରରୁ ଆଗ୍ରା ୨୫ କୁଇଣ୍ଟାଲ କୁକୁଡ଼ା ନେଇ ଯାଉଥିଲି। ରାସ୍ତାରେ ଗାଡ଼ିର ଚକା ଫାଟିଯିବାରୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା। ଆଉ ଲୋକେ ଦୁର୍ଘଟଣାସ୍ଥଳରୁ ମନ ଇଚ୍ଛା କୁକୁଡ଼ା ବୋହି ନେଇଥିଲେ। ଲୁଟ ହୋଇଥିବା କୁକୁଡ଼ା ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରୁଛି।

The post ଭାରସାମ୍ୟ ହରାଇ ଓଲଟିଲା କୁକୁଡ଼ା ବୋଝେଇ ଗାଡି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button