ଟ୍ରେନ୍ରେ କଟି ୧୨ ମୃତ – Ibnodisha

[ad_1]
ଜାମତାରା : ଝାଡ଼ଖଣ୍ଡ ଜାମତାରାର କଲଝାରିଆ ଷ୍ଟେସନ ନିକଟରେ ବୁଧବାର ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। ଝାଝା-ଆସନସୋଲ ଟ୍ରେନ୍ରେ କଟି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଏହି ଯାତ୍ରା ଅଙ୍ଗ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ନିଆଁ ଲାଗିବାର ସୂଚନା ମିଳିବା ପରେ ଏହି ଟ୍ରେନକୁ କଲଝାରିଆ ଷ୍ଟେସନ ନିକଟରେ ଅଚାନକ ଛିଡ଼ା କରିଦିଆଯାଇଥିଲା। ଏହା ଜାଣିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଯାତ୍ରୀ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଝାଝା-ଆସନସୋଲ ଟ୍ରେନ୍ ଯାତ୍ରୀଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି ବୋଲି କୁହାଯାଉଛି। ଏହାର ସୂଚନା ମିଳିବା ପରେ ରେଳବାଇ ଏବଂ ସ୍ଥାନୀୟ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ତେବେ ଆଶ୍ଚର୍ୟ୍ୟର ବିଷୟ ଏହି କି ଯେ ଟ୍ରେନ୍ରେ ନିଆଁ ଲାଗିଥିବାର ଖବରକୁ ରେଳୱେ ପ୍ରଶାସନ ପକ୍ଷରୁ ଖଣ୍ଡନ କରିଦିଆଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଶାସନ ଏହି ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛି।
[ad_2]