ଅପରାଧ

ପାର୍ଟିରେ ବିବାଦକୁ ନେଇ ସାଙ୍ଗକୁ ହତ୍ୟା କଲା ସାଙ୍ଗ – Ibnodisha

[ad_1]

ନୂଆଦିଲ୍ଲୀ: ନୋଏଡାର ପୁଲିସ୍‌କୁ ଜଣେ ନିଖୋଜ ଛାତ୍ରଙ୍କ ମୃତ ଦେହ ମିଳିଛି। ତଦନ୍ତରୁ ଜଣାପଡ଼ିଛି ଯେ କିଛି ଯୁବକଙ୍କ ମଧ୍ୟରେ ପାର୍ଟିରେ ବିବାଦ ଉପୁଜିବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଗଣ୍ଡଗୋଳକୁ ନେଇ ୪ ଜଣ ଯୁବକ ମିଶି ନିଜ ବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଅଭିଯୁକ୍ତମାନେ ଯୁବକଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ମାଟି ତଳେ ପୋତି ଦେଇଥିବା ସୂଚନା ରହିଛି। ନୋଏଡା ସ୍ଥିତ ବିଶ୍ୱବିଦ୍ୟାଳୟର ଛାତ୍ର ୟଶ ମିତ୍ତଲ ସୋମବାରଠାରୁ ତାଙ୍କ ହଷ୍ଟେଲରୁ ନିଖୋଜ ଥିଲେ। ତାଙ୍କ ବ୍ୟବସାୟୀ ପିତା ଦୀପକ ମିତ୍ତଲ ଖବର ପାଇବା ପରେ ନେନେଇ ପୁଲିସକୁ ସୂଚନା ଦେଇଥିଲେ। ସେ ପୁଲିସ୍‌କୁ ସୂଚନା ଦେଇଥିଲେ ଯେ ତାଙ୍କ ପୁଅକୁ ଅପହରଣ କରାଯାଇଛି ଓ ଅପହରଣକାରୀ ତା’ ବଦଳରେ ୬ କୋଟି ଟଙ୍କା ମାଗୁଛି।ଯେତେବେଳେ ପୁଲିସ କ୍ୟାମ୍ପସର ସିସିଟିଭି ଫୁଟେଜ ସ୍କାନ କରିଥିଲା, ସୋମବାର ଦିନ ଫୋନରେ କଥା ହେଉଥିବା ବେଳେ ୟଶ ବିଶ୍ୱବିଦ୍ୟାଳୟ ଛାଡିଥିବାର ଦେଖିବାକୁ ପାଇଲା। ତାଙ୍କ ଫୋନର କଲ୍ ରେକର୍ଡରୁ ପୁଲିସ୍‌ ଅଧିକ ତଥ୍ୟ ପାଇଗଲା। ପୁଲିସ୍ ତାଙ୍କର ବନ୍ଧୁମାନଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଲା ଯେ ୟଶ୍‌ଙ୍କୁ ଏକ ପାର୍ଟି ପରେ ହତ୍ୟା କରାଯାଇଛି।“ଫେବ୍ରୁଆରି ୨୬ ତାରିଖରେ, ବନ୍ଧୁମାନେ ୟଶଙ୍କୁ ଉତ୍ତରପ୍ରଦେଶର ଆମ୍ରୋହା ଗଜ୍ରାଉଲାର ଏକ ସ୍ଥାନକୁ ଡାକିଥିଲେ। ୟଶ୍‌ ବି ଖୁବ୍ ଶୀଘ୍ର ସେମାନଙ୍କ ସହ ଯୋଗ ଦେଇଥିଲେ। ପାର୍ଟି ସମୟରେ କଳହ ଆରମ୍ଭ ହୋଇଥିଲା। ସେମାନେ ୟଶଙ୍କୁ ହତ୍ୟା କରି ମୃତଦେହକୁ ପୋତି ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button