ରାଜ୍ୟ

ଧରାପଡ଼ିଲେ ୧୫ ମହୁଲି ମଦ ବେପାରୀ: ୨୯୪ ଲିଟର ବେଆଇନ ମହୁଲି ମଦ, ୫୫୫ ଲିଟର ତାଡ଼ି ଜବତ

ରାଉରକେଲା: ଦେଶୀମଦ ବିକ୍ରି ଓ ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ଅବକାରୀ ବିଭାଗର ଧରପଗଡ଼ ଜାରି ରହିଛି। ଏହି କ୍ରମରେ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଏହାସହ ୧୫ ଜଣ ମଦ ବେପାରିଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ୨୯୪ ଲିଟର ବେଆଇନ ମହୁଲି ମଦ ୫୫୫ ଲିଟର ତାଡ଼ି ଜବତ ହୋଇଛି।

ସୂଚନାଅନୁସାରେ, ଅବକାରୀ ପୁଲିସ ବିଭିନ୍ନ ଦଳରେ ବିଭକ୍ତ ହୋଇ ସଦଳବଳ ଲାଠିକତା, ଇର୍ଗେଡା, ନୟାବଜ଼ାର, ଟାଙ୍ଗରପଲି, ଟାଇଁସର, ବଡ଼ମାରେନ, ବିରକେରା ଅଞ୍ଚଳରେ ଚଢ଼ଉ କରିଥିଲା।

ଅଭିଯୁକ୍ତମାନେ କିଏ ମହୁଲି ମଦ ତିଆରି କରିବାରେ ବ୍ୟସ୍ତ ଥିବାବେଳେ କିଏ ଚୋରଚାଲାଣ କରୁଥିଲେ। ଏମିତିକି କିଛି ଅଭିଯୁକ୍ତ ତାଡ଼ିରେ ନିଶାଦ୍ରବ୍ୟ ମିଶାଇ ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଥିଲା।

ସୀମା ଲଂଘିଲା ବିଜେପି ଯୁବନେତା ଓ ଭାଇଙ୍କ ଦାଦାଗିରି: ପୁଲିସ ସମ୍ମୁଖରେ ଥାନା ପରିସରରେ ଅଭିଯୋଗକାରୀଙ୍କୁ ପିଟିଲେ

ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରେ କାବୁ କରାଯାଇଥିଲା। ଅଭିଯୁକ୍ତମାନେ ବହୁବର୍ଷ ହେଲା ଏଭଳି ବେଆଇନ ଦେଶୀ ମହୁଲି ମଦ ବିକ୍ରିରେ ମାତିଥିଲେ। ସେମାନେ ବିଶେଷକରି ରାଉରକେଲା ସହରର ବିଭିନ୍ନ ବସ୍ତିକୁ ଦେଶୀମଦ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button