ରାଜ୍ୟ
ଆଇରନ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୬ ଶ୍ରମିକ ଆହତ – Ibnodisha

[ad_1]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ସ୍ଥିତ ଜିଏମ୍ ଆଇରନd ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି । ପ୍ଲାଣ୍ଟର ୩ ନମ୍ବର ଫର୍ନେସରେ ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକାଂଶ ଶ୍ରମିକଙ୍କ ଶରୀର ଜଳି ଯାଇଛି । ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ବଅଁରପାଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ କାରଖାନାରେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ଭୟରେ ଏଣେତେଣେ ଦୌଡ଼ି ପଳାଇ ଯାଇଛନ୍ତି । ଆହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । ଘଟଣାକୁ ଯଥା ସମ୍ଭବ ଚପାଇ ଦେବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।
[ad_2]



