ରାଜ୍ୟ

ଛାତ୍ରଛାତ୍ରୀଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ,ବଦଳରେ ପିଲାଙ୍କୁ ଦିଆଯାଉଛି ୫ ଟଙ୍କିଆ ବିସ୍କୁଟ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସ୍କୁଲ ଖୋଲିବା ଦିନ ଠାରୁ ଛାତ୍ରଛାତ୍ରୀଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ। ମଧ୍ୟାହ୍ନ ଭୋଜନ ବଦଳରେ ପିଲାଙ୍କୁ ଦିଆଯାଉଛି ୫ ଟଙ୍କିଆ ବିସ୍କୁଟ। ସ୍କୁଲ ଛୁଟି ହେବା ପୂର୍ବରୁ ଅଧିକାଂଶ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ସରିଯାଇଥିବା ଅଭିଯୋଗ କରାଯାଇଥିଲା। ହେଲେ ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇନଥିଲା। ବିଦ୍ୟାଳୟ ଖୋଲିବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ବହୁ ବିଦ୍ୟାଳୟରେ ମଧ୍ୟାହ୍ନ ପରିଚାଳନା ସଠିକ ଭାବେ ହୋଇପାରି ନାହିଁ । ଚଳିତ ମାସରେ ଚାଉଳ ଦେବା ବିଳମ୍ବ ହୋଇଛି । କିଛି ବିଦ୍ୟାଳୟକୁ ଚାଉଳ ଯୋଗାଇ ଦିଆଯାଇଥିବା ବେଳେ ସମସ୍ତ ବିଦ୍ୟାଳୟକୁ ୪ ଦିନ ମଧ୍ୟରେ ଚାଉଳ ଦିଆଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ ପ୍ରକାଶ କରିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button