ଅପରାଧ

ରମଜାନ ଖାଁ ହତ୍ୟା ଅଭିଯୁକ୍ତ କୁ ୨୦ ବର୍ଷ ଦଣ୍ଡାଦେଶ

ପିପିଲି ବହୁ ଚର୍ଚ୍ଚିତ ରମଜାନ ଖାଁ ଅପହରଣ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ରେ ଆଜି ପୁରୀ ଆଡ଼ହକ ଆଡିସନାଲ ସେସନ କୋର୍ଟ (ପୋସ୍କୋ )ଅଭିଯୁକ୍ତ ଜୁମା ଖାଁ କୁ ୨୦ ବର୍ଷ ଦଣ୍ଡାଦେଶ କରିଛନ୍ତି l ୨୦୧୮ ମସିହା ମାର୍ଚ୍ଚ ମାସ ୨୫ ତାରିଖ ରେ ପିପିଲି ଥାନା ରେ ପିପିଲି ଭବାନୀ ପୁର ଅଞ୍ଚଳରେ ରହୁଥିବା ପୂର୍ବ ମେଦିନାପୁର ଅଞ୍ଚଳ ର ରିନା ବିବି ନିଜର ୮ ବର୍ଷ ର ପୁଅ ରମଜାନ ଖାଁ ନିଖୋଜ ସମ୍ପର୍କ ରେ ଏକ ଲିଖିତ ଅଭିଯୋଗ କରିଥିଲେ l ପିପିଲି ଥାନା ର ତତ୍କାଳୀନ ପୋଲିସ ଅଧିକାରୀ ଶରତ କୁମାର ସାହୁ ଘଟଣା କୁ ଗୁରୁତ୍ୱ ଦେଇ ନିଜ ସଦଳ ବଳେ ରମଜାନ ର ସନ୍ଧାନ ରେ ବାହାରି ପଡିଥିଲେ l ରାତି ପ୍ରାୟ ୧୨ ଟା ସମୟ ରେ ପିପିଲି ବାଇପାସ ତରାକାଜ ନିକଟ ଏକ ଅର୍ଦ୍ଧ ନିର୍ମିତ ପରିତ୍ୟକ୍ତ ଘରୁ ରମଜାନ କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ପିପିଲି ହସ୍ପିଟାଲ ପରେ କ୍ୟାପିଟାଲ ହସ୍ପିଟାଲ ପରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଇ ରମଜାନ କୁ ବଞ୍ଚାଇ ଦେଇଥିଲେ l ରମଜାନ ର କହିବା ଅନୁସାରେ ଏହି ଘଟଣା ରେ ଜୁମା ଖାଁ କୁ ପୋଲିସ ଗିରଫ କରି ୧୦୪/୧୮ ରେ ଏକ ମାମଲା କରି, ଜୁମା ଖାଁ କୁ ଗିରଫ କରିଥିଲେ l ଉକ୍ତ ଘଟଣା ରେ ଆଜି ପୁରୀ ଆଡ଼ହକ ଆଡିସନାଲ ସେସନ କୋଟ (ପୋସ୍କୋ )ଅଭିଯୁକ୍ତ ଜୁମା ଖାଁ କୁ ୨୦ ବର୍ଷ ଦଣ୍ଡାଦେଶ କରିଛନ୍ତି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button