ଅପରାଧ

ପୌର କର୍ମଚାରୀଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ – Ibnodisha

[ad_1]

ପୁରୀ: ଜଳଖିଆ ଦୋକାନରେ ବସିଥିବା ବେଳେ ଜଣେ ପୌର କର୍ମଚାରୀଙ୍କ ଉପରେ ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତମାନେ ପୌର କର୍ମଚାରୀଙ୍କୁ ପିଟିପିଟି ମାରି ଦେଇଛନ୍ତି । ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଟିଆ ବାବାଜୀ ଛକରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ ଲଡୁ ନାୟକ । ସୂଚନା ଅନୁସାରେ ଲଡୁ ନାୟକ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ କୁମ୍ଭାରପଡ଼ା ଥାନା ଅଧୀନ ଜଟିଆ ବାବାଜୀ ଛକସ୍ଥିତ ଏକ ଜଳଖିଆ ଦୋକାନରେ ବସିଥିଲେ । ଏହି ସମୟରେ ୩ରୁ ୪ ଜଣ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ । କେଣସି କାରଣକୁ ନେଇ ସେମାନେ ଲଡୁ ନାୟକଙ୍କ ସହିତ ଯୁକ୍ତିତର୍କ କରିଥିଲେ ।

ପରେ ଦୁର୍ବୃତ୍ତମାନେ ଜଟିଆଙ୍କୁ ଲୁହା ରଡ଼ ଓ ପାଇପରେ ନିସ୍ତୁକ ପିଟିଥିଲେ । ଜଟିଆଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଇ ଘଟଣାର ତଦନ୍ତ କରୁଛି । ପୂର୍ବ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button