ମନୋରଞ୍ଜନ

ତିରୁମାଲା ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଜାହ୍ନବୀ କପୁର ଓ ଶିଖର ପାହାଡ଼ିଆ – Ibnodisha

[ad_1]

ନୂଆଦିଲ୍ଲୀ : ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ବୟଫ୍ରେଣ୍ଡ ବୋଲି କୁହାଯାଉଥିବା ଶିଖର ପାହାଡ଼ିଆ ନିକଟରେ ଆନ୍ଧ୍ରପ୍ରଦେଶର ତିରୁମାଲାଠାରେ ଥିବା ଶ୍ରୀଭେଙ୍କଟେଶ୍ବର ମନ୍ଦିର ଓ ତିରୁମାଲା ସ୍ବାମୀ ମନ୍ଦିର ପରିଦର୍ଶନ କରିଥିଲେ। ସେମାନଙ୍କର ତିରୁମାଲା ମନ୍ଦିର ଯିବା ଏବଂ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିବା ନେଇ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଭାଇରାଲ ଭିଡ଼ିଓଗୁଡ଼ିକରେ ଜାହ୍ନବୀଙ୍କୁ ଏକ ବାଇଗଣୀ ରଙ୍ଗର ଶାଢ଼ି ପିନ୍ଧି ମନ୍ଦିର ଚଟାଣରେ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳୁଛି। ଜାହ୍ନବୀଙ୍କ ସହ ଥିଲେ ‌ଶିଖର ପାହାଡ଼ିଆ, ଯିଏ ଏକ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ଜାହ୍ନବୀ ମଧ୍ୟ ‌ଫଟୋଗ୍ରାଫରଙ୍କ ଆଡ଼କୁ ଚାହିଁ ମୁରୁକିହସା ଦେଉଥିବା ଦେଖିବାକୁ ମିଳିଥିଲା। ମନ୍ଦିରରେ ପ୍ରାର୍ଥନା ସାରି ଜାହ୍ନବୀ ଓ ଶିଖର ତାଙ୍କ କାର୍ ଆଡ଼କୁ ଆସିଥିଲେ। ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ୍ ମାସରେ ମଧ୍ୟ ଜାହ୍ନବୀ ସାନଭଉଣୀ ଓ ଶିଖରଙ୍କ ସହ ତିରୁପତି ଆସି ପୂଜାର୍ଚ୍ଚନା କରିଥିଲେ।

ଜାହ୍ନବୀ ବିଭିନ୍ନ ସମୟରେ ତିରୁମାଲା ମନ୍ଦିର ଯାଆନ୍ତି। କିଛିମାସ ତଳେ ସେ ତାଙ୍କ ଭଉଣୀ ଖୁସି କପୁର ଓ ଶିଖର ପାହାଡ଼ିଆଙ୍କ ସହ ଏଠାକୁ ଆସିଥିଲେ। ଜାହ୍ନବୀ ଓ ତାଙ୍କ ଭଉଣୀ ପାରମ୍ପରିକ ଅଧା-ଶାଢ଼ି ପିନ୍ଧିଥିଲେ।
ସୂଚନାଯୋଗ୍ୟ, ଶିଖର ପାହାଡ଼ିଆ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି। ଜାହ୍ନବୀ କପୁର ଓ ଶିଖର ପାହାଡ଼ିଆଙ୍କୁ ବିଭିନ୍ନ ସମୟରେ ରେସ୍ତୋରାଁ ଓ ପବ୍‌ମାନଙ୍କରେ ଏକାଠି ଦେଖିବାକୁ ମିଳେ। ସେମାନେ ଆଜି ଯାଏ ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ସର୍ବସାଧାରଣରେ ପ୍ରକାଶ କରିନାହାନ୍ତି। ତେବେ ଶିଖର ବିଭିନ୍ନ ସମୟରେ ଜାହ୍ନବୀଙ୍କ ସୋସିଆଲ ମିଡ଼ିଆ ଛବି ଉପରେ ନିଜର ମନ୍ତବ୍ୟ ରଖିଥାନ୍ତି। ଦୁଇମାସ ତଳେ ଜାହ୍ନବୀ ତାଙ୍କର କେତେକ କଳା ଶାଢ଼ି ପିନ୍ଧା ଫଟୋ ସେୟାର କରିଥିଲେ। ସେହି ଛବିଗୁଡ଼ିକ ଉପରେ ଶିଖର ପ୍ରେମର ପ୍ରତୀକ ହୃଦୟ ଇମୋଜି ମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଜାହ୍ନବୀଙ୍କୁ ନିକଟରେ ‘ବବାଲ’ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ତାଙ୍କୁ ରାଜକୁମାରଙ୍କ ସହ ‘ମିଷ୍ଟର ଓ ମିସେସ୍ ମାହି’ରେ ଦେଖିବାକୁ ମିଳିବ। ଜୁନିୟର ଏନ୍‌ଟିଆର୍ ଓ ସୈଫ ଅଲି ଖାନଙ୍କ ସହ ସେ ମଧ୍ୟ ଏକ ତେଲୁଗୁ ସିନେମା ଦେବରରେ ଡେବ୍ୟୁ କରିବେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button