ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍; ୫ ଶ୍ରମିକ ମୃତ, ଏକାଧିକ ଅସୁସ୍ଥ – Ibnodisha
[ad_1]
ଭୋପାଳ: ମଧ୍ୟ ପ୍ରଦେଶର ମୋରେନାରେ ଥିବା ଏକ ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନେକ ଜଣ ଅସୁସ୍ଥ ହୋଇଛନ୍ତି । ଗ୍ୟାସ୍ ନିର୍ଗତ ହେବା କାରଣରୁ ୧୨ରୁ ଅଧିକ ଶ୍ରମିକ ଘଟଣାସ୍ଥଳରେ ବେହୋସ୍ ହୋଇଯାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
VIDEO | Five workers killed allegedly after inhaling suspected poisonous gas at a factory in MP’s Morena earlier today. More details are awaited. pic.twitter.com/w5NhFoLDvP
— Press Trust of India (@PTI_News) August 30, 2023
ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଟିମ୍ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ମୋରେନାର ଜିଲ୍ଲାପାଳ ଅଙ୍କିତ୍ ଅସ୍ଥାନା କହିଛନ୍ତି ଯେ ଏହି ଘଟଣା ଧନେଲି ରୋଡ୍ସ୍ଥିତ ଏକ ଫୁଡ୍ ପ୍ରଡକ୍ଟସ୍ କମ୍ପାନୀର । ବୁଧବାର ସକାଳେ ଫ୍ୟାକ୍ଟ୍ରିରେ କାମ ଚାଲିଥିଲା । ଏହି ସମୟରେ ଫ୍ୟାକ୍ଟ୍ରିରୁ ହଠାତ୍ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା । ଫଳରେ ୧୨ରୁ ଅଧିକ ଶ୍ରମିକ ଏହା ସଂସ୍ପର୍ଶରେ ଆସିଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ସବୁଦିନ ଭଳି ବୁଧବାର ସକାଳେ ଶ୍ରମିକମାନେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ପୋଲିସ ଫ୍ୟାକ୍ଟ୍ରି ଏବଂ ଆଖପାଖର ପ୍ରଭାବିତ ଅଞ୍ଚଳକୁ ଖାଲି କରି ଦେଇଥିବାବେଳେ ଗ୍ୟାସ୍ ନିର୍ଗତକୁ ବନ୍ଦ କରିବାକୁ ଚେଷ୍ଟା ଜାରି ରଖିଛି ।
[ad_2]