ଜର୍ମାନୀରେ ସୂର୍ଯ୍ୟକୁମାରଙ୍କ ସଫଳ ସର୍ଜରୀ – Ibnodisha
[ad_1]
ମୁମ୍ବାଇ: ବିଶ୍ୱର ନଂ.୧ ଟି-୨୦ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କ ଜର୍ମାନୀରୁ ମ୍ୟୁନିକ୍ରେ ବୁଧବାର ସଫଳ ସର୍ଜରୀ ହୋଇଛି । ସୋସିଆଲ୍ ମିଡିଆରେ ସୂର୍ଯ୍ୟକୁମାର ଏହି ସୂଚନା ଦେଇଛନ୍ତି । ସୂର୍ଯ୍ୟକୁମାରଙ୍କ ଏହି ଦ୍ୱିତୀୟ ଗ୍ରୋଇନ୍ ସର୍ଜରୀ । ଏକ ସପ୍ତାହ ପରେ ସେ ଭାରତ ଫେରିବାର ଆଶା କରାଯାଉଛି । ଭାରତ ଫେରିବା ପରେ ସେ ବେଙ୍ଗାଲୁରୁର ନାସ୍ନାଲ୍ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ରିହାବ୍ କରିବେ । ତେବେ ଚଳିତ ବର୍ଷ ଆଇପିଏଲ୍ ପୂର୍ବରୁ ତାଙ୍କର ଫିଟ୍ ହେବା ସମ୍ଭାବନା ରହିଛି । ସୂର୍ଯ୍ୟ ଗତମାସରେ ସାଉଥ୍ ଆଫ୍ରିକାରେ ଟି-୨୦ ସିରିଜ୍ ଖେଳୁଥିବା ବେଳେ ଆହତ ହୋଇଥିଲେ ।
ଫିଲ୍ଡିଂ ବେଳେ ତାଙ୍କ ଗଳାବନ୍ଧରେ ଆଘାତ ଲାଗିଥିଲା ଏବଂ ଏହାର ସର୍ଜରୀ ହୋଇଥିଲା । ସେହି ସର୍ଜରୀ ପରେ ଏବେ ତାଙ୍କର ସ୍ପୋର୍ଟ୍ସ ହାର୍ନିଆ ସର୍ଜରୀ ହୋଇଛି । ଏହା ପୂର୍ବରୁ କେଏଲ୍ ରାହୁଲ ମଧ୍ୟ ମ୍ୟୁନିକ୍ରେ ସ୍ପୋର୍ଟ୍ସ ହାର୍ନିଆ ଅପରେସନ୍ କରାଇଥିଲେ । ସେ ଏକମାସ ପରେ ଫିଟ୍ ହୋଇ ଖେଳ ଆରମ୍ଭ କରିଥିଲେ । ମାତ୍ର ସୂର୍ଯ୍ୟ ଫିଟ୍ ହେବାକୁ ଦୁଇମାସ ସମୟ ଲାଗିପାରେ । ବିସିସିଆଇ ସୂତ୍ର ଅନୁସାରେ ମାର୍ଚ୍ଚ ଶେଷ ସପ୍ତାହରେ ହେବାକୁ ଥିବା ଆଇପିଏଲ୍ ପାଇଁ ସେ ଫିଟ୍ ହୋଇଯିବେ । ଏହାପରେ ଜୁନ୍ରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ମଧ୍ୟ ସୂର୍ଯ୍ୟ ଉପଲବ୍ଧ ହେବେ ।
[ad_2]