ରାଜ୍ୟ

ସୁଆର ନିଯୋଗର ନିଷ୍ପତ୍ତି, ବ୍ୟର୍ଥ ଯିବନି ଭକ୍ତଙ୍କ ଅର୍ପଣ; ମହାପ୍ରଭୁଙ୍କ କାମରେ ଲାଗିବ ଗୁଆ, ଅରୁଆ ଚାଉଳ – Ibnodisha

[ad_1]

ଭୁବନେଶ୍ୱର:  ମହାପ୍ରଭୁଙ୍କ କାମରେ ଲାଗିବ ଗୁଆ, ଅରୁଆ ଚାଉଳ । ଅର୍ପଣ ରଥରୁ ମିଳିଥିବା ଅରୁଆ ଚାଉଳ ଓ ଗୁଆ ଶ୍ରୀମନ୍ଦିର ମହାସୁଆର ନିଯୋଗ ଗ୍ରହଣ କରି ମହାପ୍ରଭୁଙ୍କ କାର୍ଯ୍ୟରେ ବିନିଯୋଗ କରିବ ।
ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଓ ସଂପାଦକ ନାରାୟଣ ମହାସୁଆର । ଉଭୟ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାରଙ୍କ ଉଦ୍ୟମରେ ରାଜ୍ୟର ପ୍ରତି ପଞ୍ଚାୟତ ଓ ଗାଁ ଗାଁରେ ଅର୍ପଣ ରଥ ପହଞ୍ଚିଥିଲା । ଜଗନ୍ନାଥ ଚେତନାର ପ୍ରସାର ଉଦ୍ଦେଶ୍ୟରେ ବାହାରିଥିବା ଏହି ରଥ ଶ୍ରଦ୍ଧାଳୁଙ୍କଠାରୁ ଭକ୍ତିର ନିଦର୍ଶନର ସ୍ୱରୂପ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା । ତେବେ ଏହାକୁ ନେଇ କିଛି ଲୋକ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି । ସଂଗୃହିତ ଚାଉଳ ଓ ଗୁଆ କ’ଣ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି । ଶ୍ରୀମନ୍ଦିର ମହାସୁଆର ନିଯୋଗ ଏହାର ସ୍ପଷ୍ଟ ଉତ୍ତର ଦେଇଛି ।

ନିଯୋଗ କହିଛି ଯେ ଭିନ୍ନ ଭିନ୍ନ ଭକ୍ତଙ୍କ ଠାରୁ ଅରୁଆ ଚାଉଳ ସଂଗ୍ରହ ହୋଇଥିବାରୁ ଚାଉଳର କିସମ ଭିନ୍ନଭିନ୍ନ ରହିଛି । ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା କରାଯାଇଛି । ଖେଚୁଡ଼ି ସହିତ କିଛି ଚାଉଳରେ ପିଠା ପ୍ରସ୍ତୁତ ହେବ । କିଛି ଚାଉଳରୁ ମୁରୁଜ ପ୍ରସ୍ତୁତ କରାଯିବ । ଶ୍ରୀଜୀଉଙ୍କୁ ଦୈନିକ ବିଭିନ୍ନ ଭୋଗଲାଗି ବେଳେ ମୁରୁଜ ଆବଶ୍ୟକ ହୋଇଥାଏ । ସେହିଭଳି ସଂଗୃହିତ ଚାଉଳର କିଛି ଅଂଶ ଆଳତି ବଟା ଓ ବନ୍ଦାପନା କାର୍ଯ୍ୟରେ ବ୍ୟବହୃତ ହେବ । ସଂଗୃହିତ ଗୁଆ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହେଉଥିବା ବିଡ଼ିଆପାନରେ ବ୍ୟବହାର କରାଯିବ । ଗୁଆସବୁ ହଡ଼ପ ନାଏକ ସେବାୟତଙ୍କୁ ପ୍ରଦାନ କରାଯିବ ।  ସଂଗୃହିତ ଚାଉଳକୁ କୋଇଲି ବୈକୁଣ୍ଠରେ ଗଚ୍ଛିତ କରାଯିବ । ଶ୍ରଦ୍ଧାଳୁମାନେ ଯେଉଁ ଆବେଗରେ କାଳିଆ ପାଖକୁ ଅରୁଆ ଅକ୍ଷତ ଓ ଗୁଆ ପଠାଇଛନ୍ତି, ସେହି ଆବେଗ ଓ ଭକ୍ତିରେ ଏସବୁ ପ୍ରଭୁଙ୍କ କାର୍ଯ୍ୟରେ ନିଯୋଜିତ ହେବ । ଏହାକୁ ଯେଉଁମାନେ ନିନ୍ଦା କରୁଛନ୍ତି ଓ ସମାଲୋଚନା କରୁଛନ୍ତି ତା’ର କିଛି ଅର୍ଥ ନାହିଁ ବୋଲି ନିଯୋଗ କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button