ରାଜ୍ୟ

ମାଘ ସପ୍ତମୀ; ଚନ୍ଦ୍ରଭାଗା ବୁଡ଼ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ – Ibnodisha

[ad_1]

 କୋଣାର୍କ : ଆଜି ପବିତ୍ର ମାଘ ସପ୍ତମୀ । ଭୋର ୪ଟା ୩୪ ମିନିଟ୍‌ରେ ପ୍ରସିଦ୍ଧ ପବିତ୍ର ଚନ୍ଦ୍ରଭାଗା ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଗୁରୁବାର ଅପରାହ୍ଣରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଆଜି ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଛୋଟ ଛୋଟ କୁଡ଼ିଆ କରି ମାଟି ହାଣ୍ଡିରେ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା । ରୋଷେଇ ସାରି କୁଡ଼ିଆରେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ଇଷାଣେଶ୍ୱର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ଭୋର ୪ଟା୩୪ରେ ତୀର୍ଥ ପୁଷ୍କରିଣୀରେ ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇବେ । ଶାନ୍ତି ଶୃଙ୍ଖଳା ନିମନ୍ତେ କୋଣାର୍କ ଓ ଚନ୍ଦ୍ରଭାଗାରେ ୩୩ପ୍ଲାଟୁନ ଫୋର୍ସ ଓ ୩ଶହ ସ୍ୱେଚ୍ଛାସେବୀ ନିୟୋଜିତ ରହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button