ଅପରାଧ
ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍; ୨ ବାଘ ଛାଲ ଜବତ, ଜଣେ ଗିରଫ – Ibnodisha
[ad_1]
ଭୁବନେଶ୍ୱର: ବାଘ ଛାଲ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସ୍ଟିଏଫ୍ । ସମ୍ବଲପୁର ବାମରାରୁ ୨ ବାଘ ଛାଲ ଜବତ ହୋଇଛି । ଏନେଇ ଜଣେ ଅଭିଯୁକ୍ତକୁ ଏସଟିଏଫ୍ ଗିରଫ କରିଛି । କୁଚିଣ୍ଡା-ବଣେଇଗଡ଼ ରାସ୍ତା ନିକଟରେ ବାଘଛାଲ ଡିଲ୍ ଚାଲିଥିବା ବେଳେ ଖବର ପାଇ ଏସଟିଏଫ୍ ଚଢଉ କରିଥିଲା । ଏହି ସମୟରେ ୨ ବାଘ ଛାଲ ଜବତ ହୋଇଛି । ଏହା ସହ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦେବଗଡ଼ର ସଙ୍କୀର୍ତ୍ତନ ମୁଣ୍ଡା । ଯାଞ୍ଚ ପାଇଁ ବାଘଛାଲକୁ ଡେରାଡୁନ ଡବ୍ଲ୍ୟୁଆଇଆଇକୁ ପଠାଯିବ ବୋଲି ସୂଚନା ମିଳିଛି । ତେବେ ଏହି ବାଘ ଛାଲ ଡିଲ୍ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୁଲିସ ଛାନଭିନ୍ ଚଳାଇଛି ।
[ad_2]