ଅପରାଧ

ପ୍ରଥମେ ହତ୍ୟା ପରେ ମୃତଦେହକୁ ପୋଖରୀକୁ ଫିଙ୍ଗିଲେ ଅଭିଯୁକ୍ତ – Ibnodisha

[ad_1]

ରାଜସ୍ଥାନ : ରାଜସ୍ଥାନର ବାରାଁ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଅପ୍ରାକୃତି ଯୌନ ସମ୍ପର୍କ ପାଇଁ ମନା କରିବାରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ଦୁଇ ସାଙ୍ଗ ମିଶି ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ପୋଖରୀକୁ ଫିଙ୍ଗି ଦେଇଛନ୍ତି। ପୁଲିସ ସୂଚନା ମୁତାବକ, ମୃତକ ହେଲେ ଓମ୍‌ ପ୍ରକାଶ ଭୈରବା। ତାଙ୍କ ବୟସ ୪୦ ବର୍ଷ। ଗତ ୨୬ ଫେବ୍ରୁଆରୀ ଦିନ ବାରାଁ ସହର ପୁଲିସ ଷ୍ଟେସନ ଅଞ୍ଚଳରେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ବାରାଁ ସହରରେ ରହୁଥିବା ଦୁଇ ଅଭିଯୁକ୍ତ ମୁରଲିଧର ପ୍ରଜାପତି(୩୨) ଓ ସୁରେନ୍ଦ୍ର ଯାଦବଙ୍କୁ ଗରିଫ କରାଯାଇଛି। ପଚରାଉଚରା ବେଳେ ପ୍ରଜାପତି ଓମ୍‌ ପ୍ରକାଶଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି।ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଘଟଣା ଦିନ ପ୍ରଜାପତି, ଯାଦବ ଓ ଭୈରବା ମିଶି ଏକାଠି ମଦ ପିଇଥିଲେ। ଏହାପରେ ନିକଟସ୍ଥ ଏକ ଗାଁରେ ରହୁଥିବା ପ୍ରଜାପତିଙ୍କ ଭଉଣୀଙ୍କୁ ଭେଟିବାକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ପ୍ରଜାପତି ଓ ଯାଦବ ମିଶି ଭୈରବଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହାକୁ ନେଇ ଓମ୍‌ ପ୍ରକାଶ ବାରଣ କରିଥିଲେ। ଏହାପରେ ପ୍ରଜାପତି ଓ ଯାଦବ ରାଗି ଯାଇ ଓମ୍‌ ପ୍ରକାଶଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟା ପରେ ତାଙ୍କ ମୃତଦେହକୁ ଅଭିଯୁକ୍ତମାନେ ପୋଖରୀକୁ ଫିଙ୍ଗି ଦେଇଥିଲେ। ଏହାପରେ ଧରାପଡିଯିବା ଭୟରେ ପ୍ରଜାପତି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାରାଁ ସହର ପୁଲିସ ଥାନା ପ୍ରଭାରୀ ରାମ ବିଲାସଙ୍କ କହିବାକୁ ମୁତାବକ, ଅଭିଯକ୍ତ ପ୍ରଜାପତି ରାସ୍ତା କଡରେ ଏକ ଢ଼ାବା ଚଳାଉଥିବା ବେଳେ ଯାଦବ ଜଣେ ଦାଦନ ଶ୍ରମିକ ଭାବେ କାମ କରେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button