ଅପରାଧ

ଏକତରଫା ପ୍ରେମର କରୁଣ ପରିଣତି : ମାଲିକାଣୀକୁ ହତ୍ୟା – Ibnodisha

[ad_1]

ଭୁବନେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି ।ଏକତରଫା ପ୍ରେମରେ ମାଲିକାଣୀକୁ ହତ୍ୟା । ଗିରଫ ହେଲା ହତ୍ୟାକାରୀ କାଠମିସ୍ତ୍ରୀ । ଝରଣା ବସ୍ତି ମାଲିକାଣୀ ହତ୍ୟା ମାମଲାରେ ଖୋର୍ଦ୍ଧା ସାରୁଅରୁ କାଳିଆକୁ ଗିରଫ କଲା କମିଶନରେଟ୍ ପୋଲିସ । ମୃତ ମହିଳା ଜଣଙ୍କ ହେଉଛନ୍ତି ବାଲେଶ୍ବରର ଗୀତାଞ୍ଜଳି ରଞ୍ଜିତ । ୬ ଦିନ ଧରି ହତ୍ୟାକାରୀ ଲୁଚିଥିବା ବେଳେ ଗିରଫ କରି କ୍ରାଇମ୍ ସିନ ରିକ୍ରିଏସନ କରିଛି କମିଶନରେଟ୍ ପୋଲିସ ।  ଗତ ୨୭ ତାରିଖରେ ଗୀତାଞ୍ଜଳିଙ୍କୁ ଆକ୍ରମଣ ହୋଇଥିବା ବେଳେ ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର କହିବା ଅନୁସାରେ, ଅଭିଯୁକ୍ତର ନାମ ନନ୍ଦ କିଶୋର ଓଝା ଓରଫ କାଳିଆ ଅଟେ । ତେବେ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଜଣଙ୍କ ଜଣେ କାଠ ମିସ୍ତ୍ରୀ । ସେ ହତ୍ୟା କରିଥିବା ଗୀତାଞ୍ଜଳୀଙ୍କ ସ୍ବାମୀଙ୍କର ମୋବାଇଲ ଦୋକାନର କାଠ କାମ କରିଥିଲେ । ଏପରିକି ଦୋକାନର ଇଣ୍ଟେରିୟର କାମ କରୁଥିବା ବେଳେ ମହିଳାଙ୍କର ପ୍ରେମରେ ପଡିଯାଇଥିଲେ । ଆଉ ୨୦ଦିନ ପ୍ରେମରେ ଉବୁଟୁବୁ କାଠ ମିସ୍ତ୍ରୀ ଶେଷରେ ତାକୁ ପାଇବା ପାଇଁ ପ୍ରେମ ନିବେଦନ କଲା । ଏକତରଫା ପ୍ରେମକୁ ପାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରିଥିଲା କାଠମିସ୍ତ୍ରୀ । ରାଜି ନହେବାରୁ ଶେଷରେ ତାକୁ ଛୁରି ଭୁସି ହତ୍ୟା କରିଥିଲା । ଏପରିକି ହତ୍ୟା ପରେ ଘଟଣା ସ୍ଥଳରୁ ଫେରାର ହୋଇଥିଲା। ଗତ ୨୭ ତାରିଖରେ ଛୁରୀରେ ଆକ୍ରମଣ କରିବା ପରେ ପ୍ରଥମେ ମହିଳାଙ୍କୁ ସ୍ଥାୟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖ ବୁଧବାର ଦିନ ସେ ପ୍ରାଣ ହରାଇଥିଲେ । ଏହାପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗୀତାଞ୍ଜଳୀ କୁଞ୍ଜ ବିହାରି ନାମକ ବ୍ୟକ୍ତିକୁ ବିବାହ କରି ଏଠାରେ ଝରଣା ବସ୍ତିରେ ରହୁଥିଲା । ଏନେଇ ଅଭିଯୁକ୍ତ ବିବାହିତା ମହିଳାର ଦୋକାନରେ କାମ କରୁଥିବା ମାଲିକାଣୀ ସହ ପ୍ରେମ ହୋଇଥିଲା । ଏନେଇ ମାଲିକାଣୀକୁ ନେଇ ଫେରାର ହେବା ପାଇଁ ମନସ୍ଥ କରିଥିଲା । ଏହି ପ୍ରସ୍ତାବରେ ଗୀତାଞ୍ଜଳି ରାଜି ନହେବା କାରଣରୁ ପ୍ରେମିକ ଛୁରୀ ଭୁସି ହତ୍ୟା କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button