IBN ଓଡ଼ିଶା ଏକ୍ସକ୍ଲୁସିଭ୍ଅପରାଧ

ଦୂତୀଙ୍କ ଗର୍ଵ ଚୁନା ହେଇଗଲା।ଅପରାଧିକ ମାମଲା ରଜୁ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ।

IBN ଓଡିଶା(ବ୍ୟୁରୋ):ଭୁବନେଶ୍ବର: ଦୂତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅ । ଆଥ୍‌ଲେଟ ଦୂତି ଚାନ୍ଦଙ୍କ ବିରୁଦ୍ଧ​ରେ କାର୍ଯ୍ୟାନୁଷ୍ଠାନ ନେବାକୁ  ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଗଣମାଧ୍ୟମ ସଂସ୍ଥାକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ ।ସୂଚନାଯୋଗ୍ୟ, ଦୂତି ଚାନ୍ଦଙ୍କ ଘରକୁ ଯାଇ ତାଙ୍କ ବାପା-ମାଆଙ୍କ ଠାରୁ ପ୍ରତିକ୍ରିୟା ଆଣିଥିଲା ଏକ ଓ୍ବେବ୍‌ ମିଡିଆ । ଟୋକିଓ ଅଲିମ୍ପିକ୍ସରେ ଦୂତିଙ୍କ ବିଫଳତା ଏବଂ ତାଙ୍କ ପରିବାର ଖାସ କରି ବଡ ଭଉଣୀଙ୍କ ସହ ଲାଗିରହିଥିବା କନ୍ଦଳକୁ ନେଇ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବାକ୍‌ ଯୁଦ୍ଧ ଲାଗିରହିଥାଏ । ତେବେ ସଂପୃକ୍ତ ଓ୍ବେବ୍‌ ମିଡିଆ ତାଙ୍କ ବାପା-ମାଆଙ୍କ ଠାରୁ ବାଇଟ୍‌ ଆଣିବା ପରେ ଆରମ୍ଭ ହୋଇଯାଇଥିଲା ତୁ ତୁ ମେଁ ମେଁ । ଖବର ପ୍ରସାରଣ ନକରିବା ନେଇ ତାଙ୍କୁ ସଂପୃକ୍ତ ଗଣମାଧ୍ୟମ ଟଙ୍କା ମାଗିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ଖୋଦ ଦୂତି ଚାନ୍ଦ । ତେବେ ପରେ ସଂପୃକ୍ତ ଗଣମାଧ୍ୟମକୁ ଦୂତି ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବାର ଏକ ଅଡିଓ ଭାଇରାଲ ହୋଇଥିଲା ।ଏ ନେଇ ହାଇକୋର୍ଟରେ ମାମଲାମ ମଧ୍ୟ ରୁଜୁ ହୋଇଥିଲା । ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଥ୍‌ଲେଟ ଦୂତି ଚାନ୍ଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ବର୍ତ୍ତମାନ ଦୂତି କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button