ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ – Ibnodisha

[ad_1]

କେନ୍ଦୁଝର : ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର। କେନ୍ଦୁଝର ଜିଲ୍ଲା ନଦୀପଦା ଥାନା ଅନ୍ତର୍ଗତ ଅଣା କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମରେଇ ଗାଁ ପଞ୍ଚାୟତ ଗୁହାଳ ଗଡ଼ିଆ ଗ୍ରାମର ଘନଶ୍ୟାମ ସା । ଗତକାଲି ଅଣା କେନାଲ ନିକଟରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ପଛକୁ ସାଇଟ କରୁଥିଲା। ଏହି ସମୟରେ ଛେନାପଡି ପଟୁ ଘନଶ୍ୟାମ ବାଇକ୍ ନେଇ ଆସୁଥିଲେ। ଟ୍ରାକ୍ଟରଟି ଘନଶ୍ୟାମଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଘନଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଟ୍ରାକ୍ଟର ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button