ରାଜ୍ୟ
୨ ଦିନ ପରେ ରାଜ୍ୟରେ ପୁଣି ବଢିବ ତାତି – Ibnodisha

[ad_1]
ଭୁବନେଶ୍ୱର : ଆଗାମୀ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡ଼ିଗ୍ରୀ ଏବଂ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି କଟକରେ ୩୧.୬ ଡିଗ୍ରୀ ସେଲସିୟସ୍, ଭୁବନେଶ୍ୱରରେ ୩୩.୮ ଡ଼ିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
[ad_2]