ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ – Ibnodisha

[ad_1]
ସମ୍ବଲପୁର : ସମ୍ବଲପୁର ରେମେଡ୍ ସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ଜୟ ଜଗନ୍ନାଥ, ଜୟ ମା ସମଲେଇ କହି ଆରମ୍ଭ କଲେ ଭାଷଣ । ସମ୍ବଲପୁରୀ ଭାଷାରେ ମଧ୍ୟ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଜୟ ଜଗନ୍ନାଥ, ଜୟ ମା ସମଲେଇ କହି ଭାଷଣ ଆରମ୍ଭ କଲେ ସମ୍ବଲପୁରୀ ଭାଷାରେ ମଧ୍ୟ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ। ଆଜି ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ, ଗୌରବର ଦିନ। ଆଜି ଆଡଭାନିଜୀଙ୍କୁ ଭାରତରତ୍ନ ଦେବାକୁ ଘୋଷଣା ହୋଇଛି। ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ। ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ବି ଛାଡ଼ିବନି । ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଆଣିଛି ନୂଆ ବଜେଟ। କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି।ମୋଦିଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି। ଓଡ଼ିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି। ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ଘୋଷଣା ହୋଇଛି। କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବନି । ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା। ପିଏମ୍ କିଷାନରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି। ପ୍ରତି ଚାଷୀଙ୍କ ଖାତାକୁ ବିଜେପି ସରକାର ୩୦ ହଜାର ଟଙ୍କା ପଠାଇଛି। ପୂର୍ବ ସରକାର ଓଡ଼ିଶାରୁ ୩୬ ହଜାର କୋଟିର ଧାନ କିଣିଥିଲେ। ଆମ ସରକାର ଓଡ଼ିଶାରୁ ୧ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି ବୋଲି କହିଲେ ମୋଦୀ ।
[ad_2]




