ରାଜ୍ୟ

ରାଜନଗରରେ ଆତଙ୍କ: କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରେ ଗତକାଲି କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ରାଜନଗରରେ କୁମ୍ଭୀର ଆତଙ୍କ ଖେଳିଯାଇଛି। ସ୍ତାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଗତକାଲି ଶୌଚ ହେଲାବେଳେ ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର। ଶୌଚ ପାଇଁ ଯାଇଥିବା ସମୟରେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ଅଭିଯୋଗ ହୋଇଥିଲା।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ ଘର ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିଲେ। ତେବେ ଗତକାଲି ଖୋଜାଖୋଜି ପରେ ବି ତାଙ୍କର କୌଣସି ପତା ମିଳିନଥିଲା। ଗ୍ରାମବାସୀଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଥିଲା। ନଦୀ କୂଳରେ ମଞ୍ଜୁଲତାଙ୍କ ଚପଲ ଓ ବାସନ ପଡ଼ିରହିଥିବା ଦେଖିବାକୁ ମିଳିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button