ରାଜ୍ୟ

ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା – Ibnodisha

[ad_1]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆପନ୍ଦରା ସାହିରେ ଗତକାଲି ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ମୁରଲୀ ବାଡ଼ତ୍ୟା । ସେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ମୁରଲି ଘରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ। ତେବେ ବାପା ପାଣି ପିଇବା ଲାଗି ଘର ଭିତରକୁ ଯାଇଥିବା ବେଳେ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପୁଅକୁ ଚିକିତ୍ସା ଲାଗି ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ମୁରଲିଙ୍କୁ ମୃତ ଘୋଷଣା କରିଥିଲେ। ପୁରୁଷୋତ୍ତମପୁର ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଦୁଇ ଦିନ ତଳେ ଦଣ୍ଡନାଚ ବେଳେ ପାଣ୍ଡିଆପନ୍ଦରା ସାହିରେ ଗଣ୍ଡଗୋଳ ହୋଇଥିଲା। ଏହି ହତ୍ୟାକାଣ୍ଡ ସହ ସେହି ଘଟଣାର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button