ଆକାଶରୁ ନିଆଁ ବର୍ଷା ! ଆଉ ୨୪ ଘଣ୍ଟା କଲବଲ କରିବ ହିଟୱେଭ୍ – Ibnodisha

[ad_1]
ଭୁବନେଶ୍ୱର: ତତଲା କଡେଇରେ ଭାଜି ହେଉଛି ସାରା ଓଡ଼ିଶା । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ତେବେ ଆଉ ୨୪ ଘଣ୍ଟା ଯାଏଁ ରାଜ୍ୟର କିଛି ସ୍ଥାନରେ ହିଟ୍ୱେଭ ଜାରି ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୪ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା କଟକ, ଭଦ୍ରକ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର ।
ସେହିପରି କାଲିଠାରୁ ରାଜ୍ୟରେ ବଦଳିବ ପାଗ । ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଆଦି ୮ ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ସତର୍କ ସୂଚନା ଜାରି ହୋଇଛି । ଗଜପତି, ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗରମ ସହ ଗୁଳୁଗୁଳି ଜାରି ରହିବ । ତେବେ କାଲିଠାରୁ ଆଜି ରାଜଧାନୀରେ ତାପମାତ୍ରା ଟିକିଏ କମିଛି । କାଲି ଭୁବନେଶ୍ବରରେ ସାଢେ ୧୧ଟା ସୁଦ୍ଧା ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।
[ad_2]




