ରାଜ୍ୟ

ପ୍ରଥମ ୯ ବର୍ଷ ପ୍ରେମ ପରେ ଲିଭ୍ ଇନ୍ ଓ ୨୪ ବର୍ଷରେ ଆଜି ବିଜେପି-ବିଜେଡି ବାହାଘର – Ibnodisha

[ad_1]

ଭୁବନେଶ୍ୱର-:-ପ୍ରଥମେ ପ୍ରେମ ପରେ ଲିଭ୍ ଇନ୍ ଓ ଆଜି ବିଜେପି-ବିଜେଡି ବାହାଘର

ଭୁବନେଶ୍ୱର – ଓଡ଼ିଶାରେ ବିଜେପି-ବିଜେଡି ଦୀର୍ଘଦିନ ହେଲା ଲିଭ୍ ଇନ୍ ରିଲେସନ୍‌ରେ ରହିଥିଲେ । ସେମାନଙ୍କ ଭିତରେ ଗତ ୨୩ ବର୍ଷ ଧରି ଚାଲିଥିଲା ଚୋରାପୀରତି । ଆଜି ବିଜେପି ଓ ବିଜେଡିର ବାହାଘର ପରେ ସାର୍ବଜନୀନ ହୋଇଛି ସେମାନଙ୍କ ସଂପର୍କ । ବିଭିନ୍ନ ପ୍ରସଙ୍ଗରେ ବିଜେଡି ବିଜେପି ସହିତ ରହିବା ପ୍ରମାଣିତ କରିଛି ସେମାନଙ୍କ ପ୍ରେମ ସଂପର୍କକୁ ।
ଏ ସଂପର୍କରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ଡଃ ଅଜୟ କୁମାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ସଂପର୍କର ଗୁମରକୁ ଖୁଲାସା କରିଛନ୍ତି । ଡଃ କୁମାର ବିଜେପି-ବିଜେଡି ବାହାଘରର ସାତଘେରା ପ୍ରଦକ୍ଷିଣ ସଂପର୍କରେ କହିଥିଲେ ଯେ ୩ କଳା କୃଷି ଆଇନ୍ ପ୍ରସଙ୍ଗ ହେଉ କିମ୍ବା ବିମୁଦ୍ରୀକରଣ, ଜିଏସଟି ବିଲ୍‌କୁ ସମର୍ଥନ କରିବା, ବିଜେପି ପ୍ରାର୍ଥୀ ଅଶ୍ୱନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା, ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବା, ଖଣି ଦୁର୍ନୀତି, ଚିଟ୍‌ଫଣ୍ଡ ଦୁର୍ନୀତି ଆଦି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ସିବିଆଇ ଓ ଇଡି ନୀରବ ରହିବା, ମାଆକୁ ସମ୍ମାନ କଥା କହୁଥିବା ବିଜେଡି ମଣିପୁର ଘଟଣାରେ ଚୁପ୍ ରହିବା, ନାଗରିକ ସଂଶୋଧନ ବିଲ୍‌ରେ ସମର୍ଥନ ଦେବା, ସୂଚନା ଅଧିକାର ଆଇନକୁ ଦୁର୍ବଳ କରିବା ପ୍ରସଙ୍ଗରେ ସମର୍ଥନ ଦେବା ଆଦି ଘଟଣା ସେମାନଙ୍କ ମଧ୍ୟରେ ଥିବା ଗୁପ୍ତ ସଂପର୍କକୁ ପ୍ରମାଣିତ କରିଆସିଥିଲା ଯାହା ଆଜି ବିବାହ ପରେ ସାର୍ବଜନୀନ ହୋଇଛି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ବିଜେଡି-ବିଜେପିର ଭିତିରିଆ ସଂପର୍କ ଆଜି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତି ନାମରେ ଠକି ଚାଲିଛନ୍ତି ଉଭୟ ସରକାର । ନବ ଦାସ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟାକାଣ୍ଡ କିମ୍ବା ମାହାଙ୍ଗା ଡବଲ ମର୍ଡର କେସ୍ ଯେଉଁଥିରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି, କିନ୍ତୁ ଏ ସଂପର୍କରେ ବିଜେପି ନୀରବ ରହିବା ଦର୍ଶାଉଛି ସେମାନଙ୍କ ମଧ୍ୟରେ ଥିବା ଭିତିରି ସଂପର୍କ ।
ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଅସ୍ମିତା ପାଇଁ ଆହୁତ ଲଢେଇରେ ଅନୁପ୍ରାଣିତ ହୋଇ ନବନିର୍ମାଣ କୃଷକ ସଂଗଠନର ପ୍ରମୁଖ ଯୁବନେତା ଶୁଭେନ୍ଦୁ ଶେଖର ମଲ୍ଲିକ ଓ ସଂଗ୍ରାମ କିଶୋର ମାଝି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ,ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି, ପିସିସି ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅମୀୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button